ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ନିଜ ସେନାର ସାମର୍ଥ୍ୟ ଉପରେ ଭରସା କରି ପାରୁ ନାହାନ୍ତି। ଅଲ୍ ଜଜିରା ଚ୍ୟାନେଲକୁ ସାକ୍ଷାତକାର ଦେଇଥିବା ଇମ୍ରାନଙ୍କ ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି। ତେଣୁ ଭାରତ ବିରୋଧରେ ପାରମ୍ପରିକ ଯୁଦ୍ଧ ହେଲେ ପାକିସ୍ତାନ ହାରିଯିବ ବୋଲି ସ୍ୱୀକାର କରିଛନ୍ତି। ନିକଟରେ ଭାରତ ବିରୋଧରେ ଯୁଦ୍ଧ ପାଇଁ ଚଢ଼ା ସ୍ୱରରେ ଚିତ୍କାର କରି ପାକିସ୍ତାନରେ ମିଡିଆକୁ ସମ୍ୱୋଧନ କରୁଥିବା ଇମ୍ରାନ୍ ଖାନ୍ ଏବେ ନିଜ ସ୍ୱରକୁ ନରମ କରିଛନ୍ତି।
ଏଥିସହ ଇମ୍ରାନ୍ ଜୋର ଦେଇ କହିଛନ୍ତି ପାରମ୍ପରିକ ଯୁଦ୍ଧ ହେଲେ ମଧ୍ୟ ପାକିସ୍ତାନ ପ୍ରଥମେ ପରମାଣୁ ବୋମା ପକାଇବ ନାହିଁ। ଏହା ଯୁଦ୍ଧ ବିରୋଧୀ। ଯଦି ଦୁଇ ଦେଶ ପରମାଣୁ ଯୁଦ୍ଧ କରିବେ ତାହେଲେ ଦୁଇ ଦେଶ ବିନାଶ ହୋଇଯିବ ବୋଲି ସେ କହିଛନ୍ତି।
ଉଦାହରଣ ଦେବାକୁ ଯାଇ ଇମ୍ରାନ୍ ଭିଏତନାମ ଓ ଇରାକ ଲଢେଇର ଉଦାହରଣ ଅଲ ଜଜିରାକୁ ଦେଇଛନ୍ତି। ଯୁଦ୍ଧ ବିବାଦର ସମାଧାନ ନୁହେଁ ବରଂ ଏହା ଅନ୍ଯ ଏକ ସମସ୍ୟାକୁ ଜନ୍ମ ଦେଇଥାଏ ବୋଲି ସେ ନିଜେ ସ୍ୱୀକାର କରିଛନ୍ତି।
ପାରମ୍ପାରିକ ଯୁଦ୍ଧରେ ହାରିଥିବା ଦେଶ ପାଖରେ ଦୁଇଟି ବିକଳ୍ପ ରହିଥାଏ । ଗୋଟିଏ ଆତ୍ମସମର୍ପଣ କରିବ ନହେଲେ ଶେଷ ଯାଏଁ ଲଢିବ। ପାକିସ୍ତାନ କିନ୍ତୁ ଶେଷ ଯାଏଁ ଲଢିବ ବୋଲି ଇମ୍ରାନ୍ କହିଛନ୍ତି।
ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର। ଏହାପରେ ରକ୍ତ ଚାଉଳ ଚୋବାଉଥିବା ପାକିସ୍ତାନ ଭାରତ ବିରୋଧରେ ଯୁଦ୍ଧ ଧମକ ଦେଉଛି ବିଭିନ୍ନ ମଞ୍ଚରେ। ଖୋଦ୍ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ ମାନେ ଏହି ଧମକ ଦେଉଛନ୍ତି। ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଭାରତ ସରକାରଙ୍କୁ ନିଷ୍ପତ୍ତି ଅସାମ୍ୱିଧାନିକ କହି ଅନ୍ତର୍ଜାତୀୟ ପ୍ରସଙ୍ଗ କରିଛି ପାକିସ୍ତାନ। ଚାଇନାକୁ ଛାଡ଼ିଦେଲେ ଅନ୍ୟ ଦେଶ ଏବଂ ଜାତିସଂଘ ପାଖରୁ ପାକିସ୍ତାନ ଏହି ପ୍ରସଙ୍ଗରେ ନିରାଶ ହୋଇଛି।
from Odisha Reporter https://ift.tt/2UREhMS
No comments:
Post a Comment