ରାନୁ ମଣ୍ଡଳଙ୍କ ଉପରେ ତିଆରି ହେବ ବାୟୋପିକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 25, 2019

ରାନୁ ମଣ୍ଡଳଙ୍କ ଉପରେ ତିଆରି ହେବ ବାୟୋପିକ୍‌

ମୁମ୍ବାଇ: ରାନୁ ମଣ୍ଡଳଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ରାନୁଙ୍କ ସଫଳତା ଧୀରେ ଧୀରେ ଆକାଶ ଛୁଇଁବାକୁ ଲାଗିଲାଣି। ନିଜ ସୁଲଳିତ କଣ୍ଠ ପାଇଁ ସେ ଆଜି ଘରେ ଘରେ ପରିଚିତ। ରେଳ ଷ୍ଟେସନରେ ଗୀତ ଗାଈ ଭିକ ମାଗୁଥିବା ଜଣେ ସାଧାରଣ ମହିଳା ଆଜି ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଯାଇଛନ୍ତି। ନିଜ ପ୍ରତିଭା ବଳରେ ସେ ଆଜି ବଲିଉଡର ପ୍ଲେବ୍ୟାକ୍‌ ସିଙ୍ଗର ହୋଇପାରିଛନ୍ତି। ଏବେ ପୁଣି ଖବର ମିଳିଛି ଯେ ଖୁବ୍‌ଶୀଘ୍ର ରାନୁଙ୍କୁ ନେଇ ଏକ ଫିଲ୍ମ ତିଆରି ହେବାକୁ ଯାଉଛି।

ରାନୁଙ୍କ ଜୀବନ କାହାଣୀରେ ପ୍ରଭାବିତ ହୋଇ ଫିଲ୍ମ ନିର୍ମାତା ଋଷିକେଶ ମଣ୍ଡଳ ଏକ ବାୟୋପିକ୍‌ ତିଆରି କରିବାକୁ ଯୋଜନା କରୁଛନ୍ତି। ଏହି ଫିଲ୍ମରେ ରାନୁଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ସୁଦିପ୍ତା ଚକ୍ରବର୍ତ୍ତୀଙ୍କୁ ଅଫର୍‌ କରାଯାଇଛି। ଏ ସମ୍ପର୍କିତ ସୂଚନା ସୁଦିପ୍ତା ନିଜେ ଗଣମାଧ୍ୟମକୁ ଦେଇଛନ୍ତି। ସୁଦିପ୍ତା କହିଛନ୍ତି, ‘ମୋତେ ଫିଲ୍ମ ଅଫର୍‌ ମିଳିଛି, ହେଲେ ଏ ପର୍ଯ୍ୟନ୍ତ ମୋତେ ଫିଲ୍ମର ସ୍କ୍ରିପ୍ଟ ମିଳିନାହିଁ। ତେଣୁ ସ୍କ୍ରିପ୍ଟ ମିଳିବା ପରେ ହିଁ ମୁଁ ଫିଲ୍ମ କରିବି କି ନାହିଁ ଚିନ୍ତା କରିବି।’

ସୂଚନା ମୁତାବକ ସାମ୍ବାଦିକରୁ ନିର୍ଦ୍ଦେଶକ ପାଲଟିଥିବା ଋଷିକେଶ ମଣ୍ଡଳ ଏହି ବାୟୋପିକ୍‌ର ନାଁ ମଧ୍ୟ ବାଛି ସାରିଲେଣି। ଫିଲ୍ମଟିର ନାଁ ହେଉଛି ‘ପ୍ଲାଟଫର୍ମ ସିଙ୍ଗର ରାନୁ ମଣ୍ଡଲ୍’। ଫିଲ୍ମରେ ରାନୁଙ୍କର ରେଳ ଷ୍ଟେସନରୁ ବଲିଉଡ୍‌ ପର୍ଯ୍ୟନ୍ତ ଯାତ୍ରାର କାହାଣୀ ଦେଖିବାକୁ ମିଳିବ।

ଋଷିକେଶ କହିଛନ୍ତି, ‘ରାନୁଙ୍କ ବାୟୋପିକ୍‌ ତିଆରି କରିବାର ଏବେ ହିଁ ସବୁଠୁ ଭଲ ସମୟ। କାରଣ ଏବେ ସମସ୍ତେ ତାଙ୍କ ବିଷୟରେ ଜାଣିବାକୁ ବେଶ୍ ଉତ୍ସୁକ ଅଛନ୍ତି। ରାନୁ ବଡ଼ କଷ୍ଟରେ ଜୀବନ କାଟିଛନ୍ତି। ହେଲେ ତାଙ୍କ ପ୍ରତିଭା ଯୋଗୁ ସେ ଆଜି ଜଣେ ସେଲେବ୍ରିଟି ହୋଇଯାଇଛନ୍ତି। ଦେଶର ଅନେକ ମହିଳାଙ୍କ ପାଇଁ ସେ ଏକ ପ୍ରେରଣା। ଫିଲ୍ମରେ ସୋଶାଲ୍‌ ମିଡିଆର ପାୱାରକୁ ମଧ୍ୟ ଦର୍ଶାଯିବ, ଯାହା ରାସ୍ତାକଡ଼ରେ ଗାଉଥିବା ଜଣେ ମହିଳାଙ୍କୁ ରାତାରାତି ଷ୍ଟାର୍‌ ବନାଇଦେଲା।’

ସୂଚନା ଅନୁଯାୟୀ ଫିଲ୍ମରେ ରାନୁଙ୍କୁ ଗେଷ୍ଟ ଆପିୟରାନ୍ସ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି। ହେଲେ ଏ ପର୍ଯ୍ୟନ୍ତ କିଛି ଫାଇନାଲ୍‌ ହୋଇନାହିଁ। ଫିଲ୍ମକୁ ନେଇ ଋଷିକେଶ କହିଛନ୍ତି ଯେ ଯଦି ସୁଦିପ୍ତା ଫିଲ୍ମ ପାଇଁ ରାଜି ହୋଇଯାଆନ୍ତି ତେବେ ଖୁବ୍‌ଶୀଘ୍ର ବାକି ଷ୍ଟାରକାଷ୍ଟ ମଧ୍ୟ ଫାଇନାଲ୍‌ ହୋଇଯିବ ଏବଂ ଫିଲ୍ମର ସୁଟିଂ ଅକ୍ଟୋବର ଶେଷ ସୁଦ୍ଧା ଆରମ୍ଭ ହୋଇଯିବ। ଫିଲ୍ମର ସୁଟିଂ କିଛି ରାନୁଙ୍କ ହୋମ୍‌ଟାଉନ୍‌ ପଶ୍ଚିମବଙ୍ଗର ରାନାଘାଟ୍‌ ଓ କିଛି ଅଂଶ ମୁମ୍ବାଇରେ ହେବ। ଫିଲ୍ମକୁ ଶୁଭଜିତ୍‌ ମଣ୍ଡଳ ପ୍ରଯୋଜନା କରିବେ ଯାହାକି ୨୦୨୦ ଫେବୃଆରୀରେ ରିଲିଜ୍‌ ହେବ।



from Odisha Reporter https://ift.tt/2lzSUam

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages