ଜେଲ୍ ଗଲେ ଖୁସି ହେବି: ଶରଦ ପାଓ୍ୱାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 25, 2019

ଜେଲ୍ ଗଲେ ଖୁସି ହେବି: ଶରଦ ପାଓ୍ୱାର

ମୁମ୍ୱାଇ: ଅକ୍ଚୋବର ୨୧ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରହିଛି। ଏହି ସମୟରେ ଯଦି ଜେଲ୍ ଯିବି ତାହେଲେ ଖିୁସି ହେବି। ମୁଁ ଜେଲ୍ ଯିବାକୁ ପ୍ରସ୍ତୁତ ରହିଛି। ଜାତୀୟ କଂଗ୍ରେସ ପାର୍ଟି(ଏନସିପି)ର ମୁଖିଆ ଶରଦ ପାଓ୍ୱାରଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଆଜି ଏହି ପ୍ରତିକ୍ରିୟା ରଖିଛନ୍ତି ଗଣମାଧ୍ୟମ ସାମ୍ନାରେ। ଯାହାକି ନିର୍ବାଚନୀ ପ୍ରଚାର ବେଳେ ରାଜନୀତିକୁ ଆହୁରି ରୋଚକ କରିଛି।

ସେ କହିଛନ୍ତି ‘ମୁଁ ସେହି ବ୍ୟାଙ୍କ ସହ ଜଡ଼ିତ ନଥିବା ସତ୍ତ୍ୱେ ମୋ ନାଁରେ ଦୁର୍ନୀତି ଅଭିଯୋଗ ଆସିଛି। ମୋର ନ୍ୟାୟଳୟ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥୁବାରୁ ମୁଁ ଧନ୍ୟବାଦ ଜଣାଉଛି’।

ନିକଟରେ ଏହି ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ବମ୍ୱେ ହାଇକୋର୍ଟ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାର ଓ ଅନ୍ୟ ୭୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଇଡିକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଇଡି ମାମଲା ଦାୟର କରିଛି। ଏହି ମାମଲାରେ ମହାରାଷ୍ଟ୍ର ‌ରାଜ୍ୟ ସମବାୟ ବ୍ୟାଙ୍କର ତତ୍କାଳୀନ ଅଧ୍ୟକ୍ଷ, ଏମ୍‌ଡି ଏବଂ ନିର୍ଦ୍ଦେଶକମାନଙ୍କ ନାଁ ମଧ୍ୟ ରହିଛି।

ସୂଚନାଯୋଗ୍ୟ ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ଆରମ୍ଭରୁ ଏନସିପି ନେତାଙ୍କ ଅଧୀନରେ ରହି ଆସିଛି। ଯାହାର ବୋର୍ଡ ସଦସ୍ୟରେ ଏନସିପି ନେତାଙ୍କ ପ୍ରଭାବ ରହିଛି। ଅନେକ ଚିନି କଳ ଏବଂ ସୁତାକଳ ମାଲିକଙ୍କୁ ଏହି ବ୍ୟାଙ୍କରୁ ଋଣ ଦିଆଯାଇଛି। ଯାହାକି ଆରବିଆଇ ଆଇନକୁ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଥିଲା। ଯେଉଁମାନେ ଋଣ ପ୍ରଦାନ କରିଛନ୍ତି ପରୋକ୍ଷରେ ଚିନି କଳ ମାଲିକଙ୍କ ସହ ଜଡ଼ିତ ବୋଲି ଜଣାପଡ଼ିଛି।

ଗତମାସରେ ଏ ନେଇ ବମ୍ୱେ ହାଇକୋର୍ଟ ଇଡିକୁ ମାମଲା ଦାୟର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଅନ୍ୟପଟେ ଋଣ ନେଇଥିବା ଚିନି କଳ ଗୁଡ଼ିକର ଆର୍ଥିକ ସ୍ଥିତି ଖରାପ ହେବା ପରେ ବିକ୍ରି ହୋଇଯାଇଛି। ଏହି ଚିନି କଳଗୁଡ଼ିକୁ ଯେଉଁମାନେ ଏବେ କିଣିଛନ୍ତି ସେମାନେ ପରୋକ୍ଷରେ ଋଣ ଦେଇଥିବା ବ୍ୟାଙ୍କର ନିର୍ଦ୍ଦେଶକଙ୍କ ସହ ଜଡ଼ିତ ବୋଲି ଜଣାପଡ଼ିଛି।

ଇଡି ଯେଉଁ ଏଫଆଇଆର ଦାଖଲ କରିଛି ସେଥିରେ ଶରଦ ଏବଂ ଅଜିତଙ୍କ ନାଁ ଅଭିଯୁକ୍ତ ତାଲିକାରେ ନାହିଁ। ହେଲେ ପରୋକ୍ଷରେ ଦୁର୍ନୀତି କରିଥିବା ଇଡ଼ି ଆଶଙ୍କା କରିଛି।

ଏଭଳି ମାମଲା କିଛି ନୂଆ ନୁହଁ, ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ବିରୋଧୀ ନେତାଙ୍କ ନାଁରେ ଏହି ମାମଲା ଦାୟର କରି ସାରିଛନ୍ତି। ଆମେ ଏହାକୁ ନେଇ ଭୟଭୀତ ନୁହଁ ବୋଲି ଅଜିତ ପାଓ୍ୱାରଙ୍କ ପୁଅ ପାର୍ଥ ପାଓ୍ୱାର କହିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଅଜିତ ପାଓ୍ୱାର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ସଭାପତି ଅମିତ ଶାହଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେଉଁମାନେ ଜେଲ୍ ଯାଇଛନ୍ତି ସେମାନେ ତାଙ୍କ କାମ ବାବଦରେ କହିବା ଅନୁଚିତ୍। ଶରଦ ପାଓ୍ୱାର ଯାହା ଭଲ କି ଖରାପ କାମ କରିଛନ୍ତି ସେଥିପାଇଁ କେବେ ଜେଲ୍ ଯାଇ ନାହାନ୍ତି।

ଉଲ୍ଲେଖଯୋଗ୍ୟ, ଏକ ଫେକ୍ ଏନକାଉଣ୍ଟର ମାମଲାରେ ଅମିତ ଶାହ ୯ ବର୍ଷ ତଳେ ଜେଲ୍ ଯାଇଥିଲେ। ପରେ ସିବିଆଇ ତାଙ୍କୁ ଦୋଷମୁକ୍ତ କରିଛି। ଏହି ଘଟଣାକୁ ଇଙ୍ଗିତ କରି ଶରଦ ପାଓ୍ୱାର ଶାହଙ୍କୁ ଟାର୍ଗେଟ୍ କରିଥିଲେ।



from Odisha Reporter https://ift.tt/2kYN5D0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages