ସାମ୍ନାକୁ ଆସିଲା ଏ ଫଟୋ ପଛର ସତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 26, 2019

ସାମ୍ନାକୁ ଆସିଲା ଏ ଫଟୋ ପଛର ସତ

ପୁରୀ(ଓଡ଼ିଶା ରିପୋର୍ଟର):  କିଛି ଦିନ ହେବ ସୋସାଲ ମିଡିଆରେ ପୁରୀର  ମହାରାଜା ମହାରାଣୀଙ୍କ ସହ ଜଣେ ଯୁବକଙ୍କ ଫଟୋ ଖୁବ୍‌ ଭାଇରାଲ ହୋଇଥିଲା। ଫଟୋରେ ରାଜା ବେଶରେ ସୁସଜ୍ଜିତ ହୋଇ ଛିଡା ହୋଇଥିବା ଯୁବକଜଣକ ପୁରୀ ମହାରାଜାଙ୍କ ଉତ୍ତରାଧିକାରୀ ତଥା ପୁରୀର ନୂଆ ଯୁବରାଜ ବୋଲି ଆଲୋଚନା ଜୋର ଧରିଥିଲା। ହେଲେ ପୁରୀ ରାଜନଅର ପକ୍ଷରୁ ଏପରି ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରାଯାଇଛି। ଯୁବକଜଣକ ପୁରୀର ନୁହଁନ୍ତି, ବରଂ ନୀଳଗିରିର ଯୁବରାଜ ବୋଲି ରାଜନଅର ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଉକ୍ତ ଯୁବକଜଣକ ହେଉଛନ୍ତି ନୀଳଗିରିର ଯୁବରାଜ ଟିକାୟତ୍ ଜନ୍ମେଜୟ ମର୍ଦ୍ଦରାଜ। ଫଟୋଟି ୨୦୧୬ ମସିହାରେ ତାଙ୍କ ନିର୍ବନ୍ଧ ସମୟରେ ଉଠାଯାଇଥିଲା। ଉକ୍ତ ଫଟୋରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ, ନୀଳଗିରିର ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ଓ ଢେଙ୍କାନାଳ ରାଜା ମଧ୍ୟ ସପତ୍ନିକ ଉପସ୍ଥିତ ଥିଲେ। କିନ୍ତୁ କେହି ଅତି ଚାଲାକିର ସହ ଢେଙ୍କାନାଳ ରାଜା ଓ ରାଣୀଙ୍କ ଫଟୋକୁ ଡିଲିଟ କରି ଫଟୋକୁ ପୋଷ୍ଟ କରିଛି।

ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ମଧ୍ୟ ଏହି ଫଟୋକୁ ନେଇ କେହି ବଦମାସୀ କରିଥିବା କହିଛନ୍ତି। ଏ ସଂକ୍ରାନ୍ତରେ ସେ କହିଛନ୍ତି, ଫଟୋଟି ମୋ ପୁଅ ନିର୍ବନ୍ଧ ସମୟ। ୨୦୧୬ ମସିହାରେ ଏହି ଉଠାଯାଇଥିଲା। କେହି ବଦମାସୀ କରି ଢେଙ୍କାନାଳ ରାଜାଙ୍କ ଫଟୋକୁ ଡିଲିଟ୍ କରି ଏହି ଫଟୋକୁ ଭାଇରାଲ କରିଛି।



from Odisha Reporter https://ift.tt/2lb7PHI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages