ଟଙ୍କା ପାଇଁ କାଗଜ ଠୁଙ୍ଗା ତିଆରି କରୁଥିଲେ; ଭୋକରେ ବିତିଛି ଅନେକ ରାତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 25, 2019

ଟଙ୍କା ପାଇଁ କାଗଜ ଠୁଙ୍ଗା ତିଆରି କରୁଥିଲେ; ଭୋକରେ ବିତିଛି ଅନେକ ରାତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେ ଏମିତି ଜଣେ ଅଭିନେତ୍ରୀ, ଯାହାଙ୍କୁ ଦେଖିଲେ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଯା’ନ୍ତି। ସେ ରାଜସ୍ଥାନୀ ନା ବଙ୍ଗାଳି ନା ଓଡ଼ିଆ- ତାହା ସେମାନେ ଜାଣି ପାରିନ୍ତ ନାହିଁ। ତାଙ୍କ ଘର ରାଜସ୍ଥାନରେ। ସେ ଜନ୍ମ ହୋଇଛନ୍ତି ପଶ୍ଚିମବଙ୍ଗରେ। କିନ୍ତୁ ପିଲାଦିନୁ ସେ ଓଡ଼ିଶାରେ ରହି ଆସିଛନ୍ତି। ଆଉ ସେ ହେଉଛନ୍ତି ଓଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ଦେବଯାନୀ ଦେଘୁରିଆ।

ଆଲ୍‌ବମ୍‌ରୁ କ୍ୟାରିଅର ଆରମ୍ଭ କରିଥିବା ଦେବଯାନୀ ‘ରଙ୍ଗିଲା ଟୋକା’, ‘ସଲାମ୍‌ ସିନେମା’, ‘ଚାନ୍ଦ ନା ତୁମେ ତାରା’ ଓ ‘ରସିକ ନାଗର’ ଭଳି  ଫିଲ୍ମରେ ଅଭିନୟ କରିଛନ୍ତି।  ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବି କିଛି କମ୍ ନୁହେଁ। କିନ୍ତୁ ଦିନ ଥିଲା ଦେବଯାନୀ ବଡ଼ ଆର୍ଥିକ ସମସ୍ୟା ଦେଇ ଗତି କରିଥିଲେ। ଟଙ୍କା ପାଇଁ ସେ କାଗଜ ଠୁଙ୍ଗା ବି ତିଆରି କରୁଥିଲେ। ଏମିତିକି ରାତିରେ ତାଙ୍କୁ ଭୋକିଲା ପେଟରେ ଶୋଇବାକୁ ପଡ଼ୁଥିଲା।

‘ତରଙ୍ଗ’ରେ ପ୍ରସାରିତ ଏକ କାର୍ଯ୍ୟକ୍ରମରେ ଦେବଯାନୀ କହିଥିଲେ ଯେ ତାଙ୍କ ବାପା ବାଲେଶ୍ୱରରେ ଏକ କାରଖାନାରେ କାମ କରୁଥିଲେ। ସେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ଉକ୍ତ କାରଖାନାଟି ବନ୍ଦ ହୋଇଗଲା। ଯେହେତୁ ତାଙ୍କ ବାପା ଉଚ୍ଚ ଶିକ୍ଷିତ ନଥିଲେ ତେଣୁ ତାଙ୍କୁ ଆଉ କେଉଁଠି କାମ ମିଳିଲା ନାହିଁ। ତା’ପରେ ବାପାମା’ ପରିବାର ଚଳାଇବା ପାଇଁ କାଗଜ ଠୁଙ୍ଗା ତିଆରି କରି ବିକିଲେ। ଏ କାମରେ ସେ ବି ବାପାମା’ଙ୍କୁ ସାହାଯ୍ୟ କରୁଥିଲେ। ତାଙ୍କ ମା’ ନଶୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଠୁଙ୍ଗା ତିଆରି କରୁଥିଲେ। ତଥାପି କାଗଜ ଠୁଙ୍ଗାରୁ ଯେତିକି ଟଙ୍କା ମିଳୁଥିଲା, ସେଥିରେ ଚଳିବା ମୁସ୍କିଲ୍ ହୋଇପଡ଼ୁଥିଲା। ସେସବୁ ଦିନ କଥା ମନେ ପଡ଼ିଲେ ଆଖିରେ ଲୁହ ଚାଲି ଆସେ ବୋଲି ସେ କହିଥିଲେ।



from Odisha Reporter https://ift.tt/2mRJiI8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages