କେବେ ଖାଇଛନ୍ତି ବନ୍ଧା କୋବି ଚଟଣୀ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 14, 2019

କେବେ ଖାଇଛନ୍ତି ବନ୍ଧା କୋବି ଚଟଣୀ?

ଆବଶ୍ୟକ ସାମଗ୍ରୀ: ବନ୍ଧା କୋବି, ରସୁଣ, ଅଦା, କଞ୍ଚାଲଙ୍କା, ରାଶି, ହଳଦୀ, ତେଲ, ଜିରା, ତେନ୍ତୁଳି ଓ ଲୁଣ ।

ପ୍ରସ୍ତୁତି ପ୍ରଣାଳି: ପ୍ରଥମେ ବନ୍ଧାକୋବିକୁ କାଟି ଭଲଭାବେ ଧୋଇ, ଛାଣି ରଖନ୍ତୁ। ଏବେ କରେଇ ଗରମ କରି ବିନା ତେଲରେ ରାଶିକୁ ଭାଜି ରଖନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରି ପ୍ରଥମେମେ ଜିରା ଫୁଟାନ୍ତୁ। ଜିରା ଫୁଟିଯିବା ପରେ କଞ୍ଚାଲଙ୍କା, ରସୁଣ ଓ ଅଦା ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ। ଏସବୁ ଭାଜି ହୋଇଗଲା ପରେ ଏଥିରେ ବନ୍ଧା କୋବିକୁ ପକାନ୍ତୁ। ଏହା ପରେ ଲୁଣ, ହଳଦୀ ଦେଇ ଭଳଭାବେ ଗୋଳାଇ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ କୋବି ଦରସିଝା ଅବସ୍ଥାରେ ଏହାକୁ ଓହ୍ଲାଇ ଦିଅନ୍ତୁ। ଏବେ ଏହାକୁ ତେନ୍ତୁଳି ଓ ରଖିଥିବା ଭଜା ରାଶି ସହିତ ବାଟି ପରଷି ଦିଅନ୍ତୁ। ଏହି ଚଟଣୀ ଭାତ ସହିତ ଖାଇବାକୁ ଭଲ ଲାଗେ।

 



from Odisha Reporter https://ift.tt/2Lx7byH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages