ନୂଆଦିଲ୍ଲୀ: ସହର ଭିତରେ ବୁଲୁଛନ୍ତି ସିଂହ। ଗୋଟିଏ କି ଦୁଇଟି ନୁହେଁ, ୭ଟି ସିଂହ ସହର ଭିତରେ ବୁଲୁଥିବା ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ଗୁଜରାଟର ଜୁନାଗଡ଼ରେ ଥିବା ଗିର୍ ଅଭୟାରଣ୍ୟରେ ଏହି ସିଂହମାନେ ବୁଲୁଥିବା ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଏହି ସିଂହମାନେ ଜନବସତିର ଅତି ନିକଟତର ହୋଇଛନ୍ତି।
ଭିଡିଓଟି ଭାଇରାଲ୍ ହେବା ପରେ ଲୋକଙ୍କ ଭିତରେ ଆତଙ୍କ ବଢ଼ିବାରେ ଲାଗିଛି। ଘଟଣା ସ୍ଥଳରେ ବନବିଭାଗ ଟିମ୍ ପହଞ୍ଚି ଅନୁଧ୍ୟାନ କରିଛି।
#WATCH Viral video of a pride of lions seen roaming around a city road in Junagadh, which is near Girnar Wildlife Sanctuary. #Gujarat pic.twitter.com/QnpNQrb5yX
— ANI (@ANI) September 14, 2019
ଗିର୍ ଅଭୟାରଣ୍ୟରେ ଦେଶର ସବୁଠାରୁ ଅଧିକ ସିଂହ ରହିଥାନ୍ତି। ପୁର୍ବରୁ ମଧ୍ୟ ବହୁବାର ସହର ଭିତରେ ସିଂହ ପଶିଥିବା ଘଟଣା ଦେଖାଯାଇଛି। କିନ୍ତୁ ଏତେ ମାତ୍ରାରେ ସିଂହ ବୁଲୁବା ପ୍ରଥମ ଘଟଣା ବୋଲି କୁହାଯାଉଛି। କିଛି ଦିନ ହେବ ଗୀର ଅଞ୍ଚଳରେ ବର୍ଷାର ପରିମାଣ ମଧ୍ୟ ବଢ଼ିଛି। ତେଣୁ ଖାଦ୍ୟ ସନ୍ଧାନରେ ସିଂହମାନେ ସହର ଭିତରକୁ ଆସିଥିବା ଜଣାପଡ଼ିଛି।
from Odisha Reporter https://ift.tt/32E025e
No comments:
Post a Comment