ରାଜୀବ କୁମାରଙ୍କ ଆଗୁଆ ଜାମିନ ପାଇଁ ହାଇକୋର୍ଟ ଗଲେ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 24, 2019

ରାଜୀବ କୁମାରଙ୍କ ଆଗୁଆ ଜାମିନ ପାଇଁ ହାଇକୋର୍ଟ ଗଲେ ପତ୍ନୀ

କୋଲକାତା: ସିବିଆଇ ଗିରଫଦାରୀରୁ ବର୍ତ୍ତିବା ପାଇଁ ଲୁଚକାଳି ଖେଳୁଛନ୍ତି କୋଲକାତାର ପୂର୍ବତନ ପୁଲିସ୍ କମିଶନର ରାଜୀବ କୁମାର। ସୋମବାର କଲିକତା ହାଇକୋର୍ଟରେ ରାଜୀବଙ୍କ ସ୍ତ୍ରୀ ତାଙ୍କ ପାଇଁ ଅଗ୍ରୀମ ଜାମିନ୍ ଆବେଦନ କରିଥିବା ଜଣାପଡ଼ିଛି। ଶରଧା ଚିଟଫଣ୍ଡ ଘୋଟାଲାର ଏସଆଇଟି ତଦନ୍ତ ବେଳେ ରାଜୀବ କୁମାର ପ୍ରମାଣ ନଷ୍ଟ କରିଦେଇଥିବା ଅଭିଯୋଗ ରହିଛି। ଏ ନେଇ ସିବିଆଇ ରାଜୀବ କୁମାରଙ୍କୁ ସମନ ପରେ ସମନ କରିସାରିଛି। ହେଲେ ରାଜୀବ କୁମାର ଏହାର ଜବାବ ଦେଇ ନାହାନ୍ତି।

ସୂଚନାଯୋଗ୍ୟ, ରାଜୀବ କୁମାର ଏବେ ଛୁଟିରେ ରହିଛନ୍ତି। ତେଣୁ ସେ ସେପ୍ଟେମ୍ୱର ୩୦ ପରେ ସିବିଆଇରେ ହାଜର ହେବେ ବୋଲି ଏକ ଇମେଲ ଜରିଆରେ ସିବିଆଇ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ଜଣାପଡ଼ିଛି। ନିକଟରେ ରାଜୀବଙ୍କ ବାବଦରେ ସୂଚନା ଦେବାକୁ ପଶ୍ଚିମବଙ୍ଗ ପୁଲିସ ଡିଜିଙ୍କୁ ସିବିଆଇ କହିଥିଲା। ଜବାବରେ ପଶ୍ଚିମବଙ୍ଗ ପୁଲିସ କହିଥିଲା ରାଜ୍ୟ ସିଆଇଡି ନିର୍ଦ୍ଦେଶକ ରାଜୀବ କୁମାର ୨୫ ତାରିଖ ଯାଏ ଛୁଟିରେ ରହିଛନ୍ତି। ତାଙ୍କ ମୋବାଇଲ୍ ବନ୍ଦ ରହିଥିବାରୁ ତାଙ୍କ ବାବଦରେ କୌଣସି ସୂଚନା ମିଳି ପାରିନାହିଁ।

ଏବେ ରାଜୀବ ସିବିଆଇଙ୍କୁ ଆଉ ୫ ଦିନ ଅଧିକ ଛୁଟିରେ ଥିବା ଦର୍ଶାଇଛନ୍ତି। ସେ ସିବିଆଇ ସମନକୁ ସାମ୍ନା ନକରି ଆଗୁଆ ଜାମିନ ପାଇଁ ଅପେକ୍ଷା କରୁଛନ୍ତି ବୋଲି ଜଣାପଡ଼ିଛି। କାରଣ ଏହା ପୂର୍ବରୁ ଗତ ସପ୍ତାହରେ ସେ ଅଲ୍ଲିପୁର ଜିଲ୍ଲା କୋର୍ଟରେ କ୍ୟାଭିଟ୍‌ ଦାଖଲ କରିବା ସହିତ ଜାମିନ୍ ଆବେଦନ କରିଥିଲେ। ହେଲେ କୋର୍ଟ ଏହି ଜାମିନ୍ ଆବେଦନ ଖାରଜ କରିଦେଇଥିଲେ।

ଏବେ ସିବିଆଇ ରାଜୀବଙ୍କୁ ଖୋଜିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛି। ଏମିତିକି ସିବିଆଇ ଟିମ୍‌ କୋଲକତାର ଭାବନୀ ଭବନ ଅଞ୍ଚଳରେ ଥିବା ସିଆଇଡି ମୁଖ୍ୟାଳୟରେ ନିକଟରେ ଛାନ୍‌ଭିନ୍‌ କରିଥିଲା।

ସିବିଆଇ ରାଜୀବଙ୍କ ନାମରେ ଅଭିଯୋଗ ଆଣିଛି, ସେ ଶରଧା ଚିଟ୍‌ଫଣ୍ଡ ମାମଲାରେ ପ୍ରମାଣରେ ହେରଫେର କରିଛନ୍ତି। ସେ ସେହି ସମୟରେ ଶରଧା ଚିଟ୍‌ଫଣ୍ଡ ମାମଲାର ତଦନ୍ତ ପାଇଁ ଗଠିତ ଏସ୍‌ଆଇଟି ଦାୟିତ୍ୱରେ ଥିଲେ।



from Odisha Reporter https://ift.tt/2lgKggF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages