ସୁନିଧିଙ୍କୁ ସିଙ୍ଗର୍‌ କରିବା ପାଇଁ ଚାକିରି ଛାଡ଼ିଥିଲେ ତାଙ୍କ ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 23, 2019

ସୁନିଧିଙ୍କୁ ସିଙ୍ଗର୍‌ କରିବା ପାଇଁ ଚାକିରି ଛାଡ଼ିଥିଲେ ତାଙ୍କ ବାପା

ମୁମ୍ୱାଇ : ‘ଦ କପିଲ ଶର୍ମା’ ଶୋ’ରେ ସିଙ୍ଗର ସୁନିଧି ଚୌହାନ୍‌ ଅଭିନେତା ସଞ୍ଜୟ ସୁରୀ ଓ ଅଭିନେତ୍ରୀ ଦିବ୍ୟା ଦତ୍ତାଙ୍କ ସହିତ ଅତିଥି ଭାବରେ ଯୋଗ ଦେଇ ଫିଲ୍ମ ‘ଝଲକୀ’ କରିଥିଲେ। ଏହି ଅବସରରେ ସଞ୍ଜୟ ଓ ଦିବ୍ୟା ଫିଲ୍ମ ସହିତ ଜଡ଼ିତ ଥିବା ଅନେକ କଥାକୁ ଶେଆର୍‌ କରିଥିଲେ। ସେହିଭଳି ଶୋ’ର ବିଚାରପତି ଅର୍ଚ୍ଚନା ପୂରନ ସିଂହ ସୁନିଧି ଚୌହାନଙ୍କ ସଂଘର୍ଷର କାହାଣୀ ଦର୍ଶକଙ୍କୁ ଶୁଣାଇଥିଲେ।

ସେ କହିଥିଲେ, ସୁନିଧିଙ୍କୁ ସିଙ୍ଗର୍‌ କରିବା ପାଇଁ ତାଙ୍କ ବାପା ଦୁଷ୍ୟନ୍ତ ଚୌହାନ ବହୁତ ସଂଘର୍ଷ କରିଥିଲେ। ଏପରିକି ସେ ନିଜ ଚାକିରି ଛାଡ଼ି ଦେଇଥିଲେ ଓ ସୁନିଧିଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ତାଙ୍କ ସହିତ ମୁମ୍ୱାଇ ଚାଲି ଆସିଥିଲେ।

ଅର୍ଚ୍ଚନା କହିଥିଲେ, ‘ସୁନିଧିଙ୍କୁ ତାଙ୍କ ବାପା ବହୁତ ସପୋର୍ଟ କରିଥିଲେ। ସେଥିପାଇଁ ସେ ଜଣେ ସଫଳ ଗାୟିକା ହୋଇପାରିଛନ୍ତି।’

ସେ ଆହୁରି ମଧ୍ୟ କହିଥିଲେ, ‘ମୁଁ ଯେବେ ସିଙ୍ଗିଙ୍ଗ୍‌ ଶୋ’ ହୋଷ୍ଟ କରୁଥିଲି, ସେ ସମୟରେ ସୁନିଧି ବହୁତ ଛୋଟ ଥିଲେ। ମୁଁ ତାଙ୍କ ହାତ ଧରି ଷ୍ଟେଜକୁ ନେଇ ଆସୁଥିଲି। ’

ଫିଲ୍ମ ‘ଝଲକୀ’ ୨୭ ସେପ୍ଟେମ୍ୱରରେ ରିଲିଜ୍‌ ହେବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ବ୍ରହ୍ମାନନ୍ଦ ଏସ୍‌ ସିଂହ। ଏକ ୯ ବର୍ଷର ଝିଅର କାହାଣୀକୁ ଏହି ଫିଲ୍ମରେ ପ୍ରଦର୍ଶିତ କରାଯାଇଛି, ଯିଏ ତା’ର ଅପହୃତ ହୋଇଥିବା ଭାଇକୁ ଖୋଜୁଛି। ଫିଲ୍ମରେ ସଞ୍ଜୟ ଓ ଦିବ୍ୟାଙ୍କ ବ୍ୟତୀତ ତନିଷ୍ଠା ଚାଟାର୍ଜୀ, ଗୋବିନ୍ଦ ନାମଦେବ, ଅଖିଳେନ୍ଦ୍ର ମିଶ୍ରା ଓ ବୋମାନ୍‌ ଇରାନୀଙ୍କ ଭଳି କଳାକାର ଅଭିନୟ କରିଛନ୍ତି।

 



from Odisha Reporter https://ift.tt/2mdwtYt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages