ୱେବ୍‌ସିରିଜ୍‌କୁ ନେଇ ନିର୍ମାତାଙ୍କୁ ଧମକ ଦେଲେ ଜୟଲଳିତାଙ୍କ ପୁତୁରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 23, 2019

ୱେବ୍‌ସିରିଜ୍‌କୁ ନେଇ ନିର୍ମାତାଙ୍କୁ ଧମକ ଦେଲେ ଜୟଲଳିତାଙ୍କ ପୁତୁରା

ଚେନ୍ନାଇ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଉପରେ ଏବେ ବାୟୋପିକ୍‌ ଓ ୱେବ୍‌ସିରିଜ୍‌ ତିଆରି ଚାଲିଛି। ପୂରା ଦେଶ ଏହି ଦିବଂଗତ ନେତ୍ରୀଙ୍କ ଜୀବନ କଥାକୁ ପରଦାରେ ଦେଖିବାକୁ ଅପେକ୍ଷା କରିଛି। ତେବେ ଜୟଲଳିତାଙ୍କ ଜୀବନକୁ ନେଇ ତିଆରି ହେଉଥିବା ୱେବ୍‌ସିରିଜ୍‌ ଉପରେ ତାଙ୍କ ପରିବାର ଲୋକେ ଖୁସି ନାହାନ୍ତି। ଏମିତିକି ତାଙ୍କ ପୁତୁରା ଦୀପକ ଜୟକୁମାର ଏହାର ନିର୍ମାତା ଗୌତମ ମେନନ୍‌ଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିବାକୁ ମଧ୍ୟ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ୱେବ୍‌ସିରିଜ୍ ପାଇଁ ମେନନ୍ ତାଙ୍କ ପରିବାରର ଅନୁମତି ନେଇ ନାହାନ୍ତି।

ଦୀପକ କହିଛନ୍ତି, “ଆମ୍ମା ଜଣେ ରାଜନେତ୍ରୀ ଥିଲେ। ତେଣୁ ତାଙ୍କର ରାଜନୈତିକ ଜୀବନକୁ ଏହି ୱେବ୍‌ସିରିଜ୍‌ରେ ପ୍ରଦର୍ଶିତ କଲେ ମୋର କିଛି ଆପତ୍ତି ନାହିଁ। କିନ୍ତୁ ମୋର ବା ମୋ’ ଭଉଣୀ ଦୀପାଙ୍କ ବିନା ଅନୁମତିରେ ତାଙ୍କର ବ୍ୟକ୍ତିଗତ ଜୀବନକୁ ପରଦାରେ ପ୍ରଦର୍ଶିତ କରିବାର ଅଧିକାର କାହାରି ନାହିଁ।”

ସେ ଆହୁରି କହିଛନ୍ତି, “ଯଦି ସେହି ୱେବ୍‌ସିରିଜ୍‌ରେ ଆମ୍ମାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ କୌଣସି କଥା ପ୍ରଦର୍ଶିତ କରାଯାଏ, ତା’ହେଲେ ମୁଁ ମେନନ୍‌ଙ୍କ ନାଁରେ ମାନହାନି ମକଦ୍ଦମା କରିବି।”

‘କ୍ୱିନ୍’ରେ ‘ବାହୁବଲୀ’ର ଅଭିନେତ୍ରୀ ରମ୍ୟା କୃଷ୍ଣ ଲିଡ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି। ଅନ୍ୟପକ୍ଷରେ ଜୟଲଳିତାଙ୍କ ଜୀବନ କାହାଣୀକୁ ନେଇ ଯେଉଁ ଫିଲ୍ମ ତିଆରି ହେଉଛି, ତାକୁ ନେଇ ତାଙ୍କ ପରିବାର ଲୋକେ କିଛି ଅଭିଯୋଗ କରି ନାହାନ୍ତି। କାରଣ ଫିଲ୍ମର ନିର୍ଦ୍ଦେଶକ ଏ.ଏଲ୍‌ ବିଜୟଙ୍କୁ ଏନେଇ ଜୟଲଳିତାଙ୍କ ପରିବାର ନୋ-ଅବ୍‌ଜେକ୍ସନ୍ ସାର୍ଟିଫିକେଟ୍ ଦେଇଛି। ଏହି ଫିଲ୍ମରେ କଙ୍ଗନା ରାନାୱତ୍ ଲିଡ୍ ରୋଲ୍‌ରେ ଅଭିନୟ କରୁଛନ୍ତି।

ସୂଚନାଯୋଗ୍ୟ, ଦୀପକ ଓ ଦୀପା ହେଉଛନ୍ତି ଜୟଲଳିତାଙ୍କ ବଡ଼ଭାଇଙ୍କ ପୁଅ ଓ ଝିଅ।



from Odisha Reporter https://ift.tt/30muXXq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages