ବୋହୂ ହେବ ତ’ ଏମିତି, ଅଟୋ ଚଳାଇ ହୋଇପାରିଛନ୍ତି ସ୍ୱାବଲମ୍ବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 14, 2019

ବୋହୂ ହେବ ତ’ ଏମିତି, ଅଟୋ ଚଳାଇ ହୋଇପାରିଛନ୍ତି ସ୍ୱାବଲମ୍ବୀ

କେନ୍ଦୁଝର(ପ୍ରଣୟ ପାଣି):କୁହାଯାଏ ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନେ ସବୁକିଛି।  ଆଉ ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଳକ ନହବେଡା ଗାଁର ମହିଳା ଅଟୋ ଚାଳକ କବିତା ପ୍ରଧାନ।  ଦିନେ ପରିବାର ପୋଷଣ ପାଇଁ ଚିନ୍ତାରେ ଥିବା କବିତା ନିଜେ ଅଟୋ ଚଲାଇ ହୋଇପାରିଛନ୍ତି ସ୍ୱାବଲମ୍ବୀ। ଏହାସହ କେନ୍ଦୁଝର ଭଳି ସହରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି କବିତା।

କବିତାଙ୍କ ପରିବାର କହିଲେ ସ୍ୱାମୀ, ଶାଶୁ, ଦୁଇ ଝିଅଙ୍କ ସହ ଦିଅର ଏବଂ ତାଙ୍କର ଦୁଇ ଝିଅ।  ବଡ଼ ପରିବାର ହେଲେ ରୋଜଗାର୍ କମ୍।ସ୍ୱାମୀ ପରିବା ବ୍ୟବସାୟ କରୁଥିବାବେଳେ, ତାଙ୍କୁ ସାଥ୍‌ ଦେଇଥିଲେ କବିତା । ହେଲେ ଏଥିରେ ବି ପରିବାର ପୋଷଣ ହୋଇପାରି ନ ଥିଲା । ଏହାପରେ ସ୍ୱାମୀ ଶଙ୍କର୍ଷଣ ସ୍ତ୍ରୀ କବିତାଙ୍କୁ ଅଟୋ ଚଲାଇବା ଶିଖାଇଥିଲେ।  ଆଉ ତା’ ପରଠୁ ସେ କେବେ ବି ପଛକୁ ଫେରି ନାହାନ୍ତି ।  ସକାଳୁ ଉଠି ଘର କାମ ସବୁ କରିବା ପରେ ବାହାରି ପଡନ୍ତି ଅଟୋ ଧରି।  ଘରଣୀ ଭଳି ଶାଢି ପିନ୍ଧି ଦିନସାରା ଅଟୋ ଚଲାଇବା ପରେ ସନ୍ଧ୍ୟାରେ  ଘରକୁ ଫେରନ୍ତି।  ତେବେ ନିଜ ଗୋଡରେ ନିଜେ ଛିଡା ହୋଇଥିବାରୁ ବେଶ ଖୁସି କବିତା । ସେପଟେ ସ୍ତ୍ରୀକୁ ନେଇ ସ୍ୱାମୀ ଶଙ୍କର୍ଷଣ ମଧ୍ୟ ବେଶ ଖୁସି।

ମହିଳା ହୋଇ ଅଟୋ ଚଲାଉଥିବାରୁ ପ୍ରଥମେ ଅନେକ କଥା ମଧ୍ୟ ଶୁଣିବାକୁ ପିଡିଛି।  ହେଲେ ଏବେ କବିତା ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ବୋହୁର ଏଭଳି ମନବଳକୁ ନେଇ ପରିବାର ଲୋକେ ବି ବେଶ ଗର୍ବ ଅନୁଭବ କରୁଛନ୍ତି ।

କବିତାଙ୍କ ଭଳି ମହିଳା ମାନେ ଯଦି ସଚେତନ ହୁଅନ୍ତି ତେବେ ଅନେକ ବୋହୁ ସ୍ୱାବଲମ୍ବୀ ହୋଇପାରନ୍ତେ।



from Odisha Reporter https://ift.tt/2AmB26F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages