ତେଲେଙ୍ଗାନା ରାଜ୍ୟପାଳ ଭାବରେ ଶପଥ ନେଲେ ତାମିଲିସାଇ ସୁନ୍ଦରରାଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 8, 2019

ତେଲେଙ୍ଗାନା ରାଜ୍ୟପାଳ ଭାବରେ ଶପଥ ନେଲେ ତାମିଲିସାଇ ସୁନ୍ଦରରାଜନ

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟପାଳ ଭାବରେ ଡକ୍ଟର ତାମିଲିସାଇ ସୁନ୍ଦରରାଜନ ଆଜି ଶପଥ ଗ୍ରହଣ କରିଛନ୍ତି। ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଆରଏସ ଚୌହ୍ୱାନ୍ ଆଜି ତାଙ୍କୁ ଶପଥ ପାଠ କରାଇଛନ୍ତି।

ରାଜଭବନରେ ଆୟୋଜିତ ଏହି ଶପଥ ସମାରୋହରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଅନ୍ୟାନ୍ୟ ମନ୍ତ୍ରୀ, ବାଚସ୍ପତି ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ଡକ୍ଟର ତାମିଲିସାଇ ସୁନ୍ଦରରାଜନ ପୂର୍ବରୁ ତାମିଲନାଡୁ ବିଜେପିର ସଭାପତି ଥିଲେ। ରାଜ୍ୟପାଳ ଭାବରେ ଶପଥ ନେବା ପରେ ସେ ତେଲେଙ୍ଗାନାର ଦ୍ୱିତୀୟ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ପୂର୍ବରୁ ଇଏସଏଲ ନରସିଂହନ ରାଜ୍ୟପାଳ ଥିଲେ। ନରସିଂହ ଉଭୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ଆଜି ଅପରାହ୍ନରେ ମଧ୍ୟ ତେଲେଙ୍ଗାନାର ନୂଆ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ଅପରାହ୍ନ ୪ଟାରେ ରାଜ୍ୟପାଳ ନୂଆ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2PUjzgB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages