ନ୍ୟୁୟର୍କ: ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଭେଟଘାଟ ହୋଇଛି। ଆସନ୍ତାକାଲି ଜାତିସଂଘ ସାଧାରଣ ପରିଷଦର ବୈଠକ ପୂର୍ବରୁ ଆଜି ନ୍ୟୁୟର୍କରେ ପରସ୍ପରକୁ ଭେଟିଛନ୍ତି ଏହି ଦୁଇ ଦେଶର ନେତା। ଟ୍ରମ୍ପଙ୍କ ସହ ଆଲୋଚନା ବେଳେ ଇମ୍ରାନ୍ କଶ୍ନୀର ପ୍ରସଙ୍ଗ ଉଠାଇଥିଲେ। ଯାହାକୁ ନେଇ ଟ୍ରମ୍ପ ସିଧାସିଧା କହିଥିଲେ ଭାରତ ସହିତ ମୋର ସମ୍ପର୍କ ଭଲ। ଏହି ପ୍ରସଙ୍ଗରେ ତୃତୀୟ ପକ୍ଷ ସହିତ କଥା ହେବା ପାଇଁ ଭାରତ ରାଜି ନାହିଁ। ଆଗାମୀ ଦିନରେ କଶ୍ମୀର ପ୍ରସଙ୍ଗରେ ଦୁଇ ଦେଶ ଆଗକୁ ଆସିବେ ବୋଲି ସେ ଆଶା ରଖିଥିବା କହିଛନ୍ତି।
କଶ୍ମୀର ପ୍ରସଙ୍ଗରେ ମୋଦିଙ୍କ ଅଭିଭାଷଣ ବହୁତ ଆକ୍ରାତ୍ମକ ରହିଛି। ପ୍ରଧାନମନ୍ତ୍ରୀ ମୋଦି କଶ୍ମୀର ପ୍ରସଙ୍ଗରେ ଯେତେବେଳେ ନିଜର ମତ ରଖୁଥିଲେ ସେଠାରେ ଉପସ୍ଥିତ ଥିବା ଲୋକ ବହୁତ ଗୁରୁତ୍ୱ ସହ ତାଙ୍କୁ ଶୁଣୁଥିଲେ। ମୋର ପାକିସ୍ତାନ ଉପରେ ଭରସା ରହିଛି। ହେଲେ ତାଙ୍କ ସାମ୍ନାରେ ଥିବା ଲୋକଙ୍କର ପାକିସ୍ତାନ ଉପରେ ଭରସା ନାହିଁ ବୋଲି ଇମ୍ରାନଙ୍କୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ।
ଏହାପରେ ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ନିଜର ପୁରୁଣା କଥା ଦୋହରାଇଥିଲେ । ଯଦି ଦୁଇ ପକ୍ଷ ରାଜି ହେବେ ତାହେଲେ ସେ ମଧ୍ୟସ୍ଥି କରିବା ପାଇଁ ରାଜି ବୋଲି ଟ୍ରମ୍ପ କହିଛନ୍ତି।
ଏହି ଅବସରରେ ପାକିସ୍ତାନର ଜଣେ ସାମ୍ୱାଦିକ ଟ୍ରମ୍ପଙ୍କୁ କଶ୍ମୀରରେ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ବାବଦରେ ଜବାବ ମାଗିଥିଲେ। ଟ୍ରମ୍ପ ସଙ୍ଗସଙ୍ଗେ ଚିଡ଼ି ଯାଇ ଇମ୍ରାନଙ୍କୁ କହିଥିଲେ ଏମିତି ରିପୋର୍ଟର କେଉଁଠୁ ଆଣୁଛ?
ଗତକାଲି ଆମେରିକାର ଟେକ୍ସାସର ହ୍ୟୁଷ୍ଟନରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶ୍ୱର ସବୁଠୁ ବ୍ୟୟବହୁଳ କୁହାଯାଉଥିବା ଏହି କାର୍ଯ୍ୟକ୍ରମରେ ମୋଦି ଏବଂ ଟ୍ରମ୍ପଙ୍କ ଦୋସ୍ତିକୁ ଦେଖିବାକୁ ମିଳିଥିଲା। ଉଭୟ ପରସ୍ପରକୁ ଆତଙ୍କବାଦ ପାଖରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ସହଯୋଗ କରିବେ ବୋଲି ଏହି ମଞ୍ଚ ଜରିଆରେ ପ୍ରତିଶ୍ରୁତି ଦେଇଥିଲେ।
from Odisha Reporter https://ift.tt/2mC0ykz
No comments:
Post a Comment