ସମ୍ବଲପୁର (ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଳ ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଏଥିରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଭାଇ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଶକ୍ତିଭୂଷଣ କୁମରା ଓ ଅରବିନ୍ଦ କୁମରା। ଆହତମାନେ ହେଲେ ବିଭୂତି ଭୂଷଣ କୁମରା ଓ ନନ୍ଦଲାଲ ଭୁଏ। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନନ୍ଦଲାଲ କୁମରା ଭ୍ରାତାଙ୍କ ସଂପର୍କୀୟ ଭାଇ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଏହି ଚାରି ଭାଇଙ୍କ ସହିତ ଗାଁର ଆଉ ଗୋଟିଏ ପରିବାରର ପାଟିତୁଣ୍ଡ ହୋଇଥିଲେ। ଏହା ପରେ ସେହି ପରିବାରର ସଦସ୍ୟମାନେ ଏମାନଙ୍କୁ ମାରିବା ପାଇଁ ଗୋଡ଼ାଇ ଥିଲେ। ଗୋଡ଼ାଇ ଗୋଡ଼ାଇ ସେମାନେ ଶକ୍ତିଭୂଷଣ ଓ ଅରବିନ୍ଦଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ଏମିତିକି ଅଭିଯୁକ୍ତମାନେ ବିଚ୍ ରାସ୍ତାରେ ଚାରି ଜଣଙ୍କ ଗୋଡ଼କୁ ଏକ କାଠ ଉପରେ ରଖି ହାଣି ଦେଇଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ଖବର ଲେଖାଯିବା ସୁଦ୍ଧା ମୃତଦେହଗୁଡ଼ିକ ଘଟଣାସ୍ଥଳରେ ପଡ଼ି ରହିଛି।
ଏନେଇ ସମ୍ବଲପୁର ଏସ୍ପି କନଓ୍ୱର ବିଶାଲ ସିଂ କହିଛନ୍ତି, ‘ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖାଯାଇଛି। ଅନ୍ୟମାନେ ଖୁବଶୀଘ୍ର ଧରାପଡ଼ିବେ। ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ଅଧିକ ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ। ଏଥିପାଇଁ ୪ଟି ଟିମ୍ ଗଠନ କରାଯାଇଛି।’
from Odisha Reporter https://ift.tt/2letSgF
No comments:
Post a Comment