ମୁମ୍ବାଇ: ମହାରାଷ୍ଟ୍ରର ନଭି ମୁମ୍ବାଇ ଅନ୍ତର୍ଗତ ଉରାନ ଅଞ୍ଚଳରେ ଥିବା ଅଏଲ ଆଣ୍ଡ ନେଚୁରାଲ ଗ୍ୟାସ(ଓଏନ୍ଜିସି) ପ୍ଲାଣ୍ଟର ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୀତଳ ଭଣ୍ଡାରରେ ଆହୁରି ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।
ଏହି ଅଗ୍ନିକାଣ୍ଡ ପରେ ସୁରକ୍ଷା ଦୃଷ୍ଟିରୁ ପ୍ଲାଣ୍ଟକୁ ଆସୁଥିବା ଏଲ୍ପିଜି ଗ୍ୟାସକୁ ଗୁଜରାଟ ହାଜିରା ପ୍ଲାଣ୍ଟକୁ ସ୍ଥାନାନ୍ତର କରାଯାଇଛି। ପ୍ଲାଣ୍ଟ କର୍ମଚାରୀ ଓ ଅଧିକାରୀ ପହଞ୍ଚି ଘଟଣାର ତଦାରଖ କରୁଛନ୍ତି। ଅଗ୍ନିଶମ କର୍ମଚାରୀ ଓ ପ୍ଲାଣ୍ଟ କର୍ମଚାରୀ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ନିଆଁ ଚାରି ଆଡକୁ ବ୍ୟାପିଯିବା ଆଶଙ୍କାରେ ଆଖପାଖ ଅଞ୍ଚଳବାସୀଙ୍କୁ ଖାଲି କରି ଦିଆଯାଇଛି। ଆଜି ସକାଳ ପ୍ରାୟ ସାତଟା ସମୟରେ ଶୀତଳ ଭଣ୍ଡାରରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଥିଲା । ଏହାର କାରଣ ଜଣାପଡ଼ିନି।
from Odisha Reporter https://ift.tt/2PBbAVr
No comments:
Post a Comment