ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲିଜ୍ ହେଲା ବହୁପ୍ରତୀକ୍ଷିତ ଓଲିଉଡ୍ ସିନେମା ‘ଛବିରାଣୀ’। ଗତକାଲି ଓଡ଼ିଶାର ୩୬ଟି ସିନେମା ହଲ୍ରେ ଏହି ଫିଲ୍ମ ରିଲିଜ୍ ହୋଇଛି। ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅମନ୍, ଚନ୍ଦ୍ରାଣୀ, ସିଦ୍ଧାନ୍ତ, ଅନୁ ଚୌଧୁରୀ। ଏହି ୪ଜଣଙ୍କ ବ୍ୟତୀତ ଫିଲ୍ମରେ ବାବୁ ପ୍ରଧାନ, ସନ୍ଦୀପ ପାଣି, ମିଟୁ ମିଥୁନ ଓ ମିହିର ଦାସ ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବବି ଇସଲାମ୍।
ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ ଅଛି। ଅଶି ଦଶକର ଚର୍ଚ୍ଚିତ ହତ୍ୟାକାଣ୍ଡ ଛବିରାଣୀକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ‘ଛବିରାଣୀ’ର ସଂଳାପ ଲେଖିଛନ୍ତି ଡଃ ଶଙ୍କର ତ୍ରିପାଠୀ ଏବଂ ହୃଦାନନ୍ଦ ସାହୁ। ଏହାର ଗୀତିକାର ହେଲେ ଶୀର୍ଷାନନ୍ଦ ଦାସକାନୁନଗୋ ଏବଂ ବସନ୍ତରାଜ ସାମଲ। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ବୁଦ୍ଧଦେବ ସାହୁ, ମନୋରମା ମହାପାତ୍ର ଏବଂ ବୀରେନ୍ ମହାପାତ୍ର ଏହାର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି।
from Odisha Reporter https://ift.tt/2IhnDku
No comments:
Post a Comment