ନାଗାର୍ଜୁନଙ୍କ ଫାର୍ମହାଉସ୍‌ରୁ ଗଳିତ ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 19, 2019

ନାଗାର୍ଜୁନଙ୍କ ଫାର୍ମହାଉସ୍‌ରୁ ଗଳିତ ମୃତଦେହ ଉଦ୍ଧାର

ହାଇଦ୍ରାବାଦ: ଲୋକପ୍ରିୟ ତେଲୁଗୁ ସୁପର୍‌ଷ୍ଟାର୍‌ ତଥା କିଛି ବଲିଉଡ୍‌ ଫିଲ୍ମରେ ଅଭିନୟ କରିଥିବା ନାଗାର୍ଜୁନଙ୍କ ଫାର୍ମ ହାଉସ୍‌ରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଅପରାହ୍ଣରେ ନାଗାର୍ଜୁନ କିଛି ବିଶେଷଜ୍ଞଙ୍କୁ ଉକ୍ତ ଫାର୍ମହାଉସ୍‌ର ଜମିରେ କେଉଁ ପ୍ରକାର ଫସଲ କଲେ ଭଲ ହେବ ସେ ନେଇ ଯାଞ୍ଚ କରିବାକୁ ପଠାଇଥିଲେ। ତେବେ ସେମାନେ ସେଠାରେ ଉକ୍ତ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ କରିଥିଲେ।

ନାଗାର୍ଜୁନଙ୍କ ଏହି ଫାର୍ମହାଉସ୍‌ ଶାଦନଗର ବ୍ଲକ୍‌ର ପପିରେଡ୍ଡୀଗୁଡ଼ାରେ ରହିଛି। ମୃତଦେହଟି ଫାର୍ମହାଉସ୍‌ର ଏକ ରୁମ୍‌ରେ ପଡ଼ିଥିବା ସେମାନେ ଦେଖିବା ପରେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍ ମୃତଦେହଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

କେଶମ୍‌ପେଟ୍ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ଖବର ଅନୁଯାୟୀ, ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ। ପୁଲିସ୍ ତାଙ୍କ ପରିଚୟ ଜାଣିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ମୃତ୍ୟୁର କାରଣ ଜାଣିବା ପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

ନାଗାର୍ଜୁନ ପ୍ରାୟ ବର୍ଷେ ତଳେ ପପିରେଡ୍ଡୀଗୁଡ଼ାରେ ୪୦ ଏକର ଚାଷ ଉପଯୋଗୀ ଜମି କିଣିଥିଲେ। ନିକଟରେ ସେ ଓ ତାଙ୍କ ପରିବାର ଲୋକେ ସେଠାକୁ ଯାଇ କିଛି ଗଛ ଲଗାଇଥିଲେ। ତେବେ ସେଠାରେ ଜୈବିକ ପଦ୍ଧତିରେ ଫସଲ କରିବା ଉଦ୍ଦେଶ୍ୟରେ ପରାମର୍ଶ ନେବାକୁ ସେ କିଛି ବିଶେଷଜ୍ଞଙ୍କ ସହାୟତା ନେଇଥିଲେ ଓ ଜମିର ମାନ ଯାଞ୍ଚ କରିବାକୁ ବୁଧବାର ସେମାନଙ୍କୁ ସେଠାକୁ ପଠାଇଥିଲେ।



from Odisha Reporter https://ift.tt/2NoY31e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages