ମାଲକାନଗିରିରେ ପୁଣି ପ୍ଲାଷ୍ଟିକ୍ ଅଣ୍ଡା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 14, 2019

ମାଲକାନଗିରିରେ ପୁଣି ପ୍ଲାଷ୍ଟିକ୍ ଅଣ୍ଡା !

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରିରେ ପୁଣି ପ୍ଲାଷ୍ଟିକ୍‌ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି।  ଗତକାଲି ସଦର ମହକୁମାର ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଦୋକାନରୁ ଗଙ୍ଗାଧର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ୪ଟି ଅଣ୍ଡା କିଣିଥିଲେ। ହେଲେ ସେ ଘରେ ଆସି ଅଣ୍ଡା ଭାଙ୍ଗିବା ପରେ ସେଥିରୁ ପ୍ଲାଷ୍ଟିକ୍‌ ସଦୃଶ ଆବରଣ ଦେଖିଥିଲେ। ପରେ ସେ ସେ କେଶରକୁ ଧରିବାରୁ ତାହା ଭାଙ୍ଗି ନଥିଲା। ବଲ୍‌ ଭଳି ହାତରେ ଗଡ଼ିଥିଲା। ଏଥିସହ ଏହି ପ୍ଲାଷ୍ଟିକ୍‌ ଆବରଣକୁ ନିଆଁରେ ପୋଡ଼ିବାରୁ ପ୍ଲାଷ୍ଟିକ୍ ବାସ୍ନା ହୋଇଥିଲା।

ସୂଚନାଯୋଗ୍ୟ, ଗତକାଲି ମଧ୍ୟ  ହାଇଟେକ୍‌ କଲୋନୀରେ ରହୁଥିବା ଦିଗାମ୍ୱର ବେହେରା ଏକ ଦୋକାନରୁ ୪ଟି ଅଣ୍ଡା କିଣିଥିଲେ। ଅଣ୍ଡାକୁ ଫଟାଇଲା ପରେ ସେହି ଅଣ୍ଡା ଭିତରେ ଏକ ପ୍ଲାଷ୍ଟିକ୍ ଆବରଣ ଦେଖିଥିଲେ। ଅଣ୍ଡାର କେଶରକୁ ସେ ଉପରକୁ ଟେକିବା ଦ୍ୱାରା ଏହା ନଫାଟି ଉପରକୁ ଝୁଲି ରହୁଥିଲା। ଏଥସହ ସେ ଅଣ୍ଡାରୁ ବାହାରିଥିବା ପ୍ଲାଷ୍ଟିକ୍‌ ଆବରଣକୁ ନିଆଁରେ ଲଗାଇଲେ ତାହା ପୋଡ଼ିବା ସହ ପ୍ଲାଷ୍ଟିକ୍‌ ବାସ୍ନା ହେଇଥିଲା।



from Odisha Reporter https://ift.tt/2AfScTm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages