ଅନ୍ଧାର ଆଖିରେ ସାତ ସୁରର ସକାଳ: ଚମତ୍କାର ଗାଉଛନ୍ତି ଦୃଷ୍ଟିହୀନ ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 14, 2019

ଅନ୍ଧାର ଆଖିରେ ସାତ ସୁରର ସକାଳ: ଚମତ୍କାର ଗାଉଛନ୍ତି ଦୃଷ୍ଟିହୀନ ଝିଅ

ଟିଟଲାଗଡ(ମାନସ ରଞ୍ଜନ ମହାନ୍ତି): ଆଖିରେ ଅଲୋକ ଅଟକେ, ସ୍ୱର ସକାଳ ପରି ସତେଜ୍‌। ସେ ସ୍ୱର, ଲୟ ଏବଂ ତାଳର ଏକ ସୁନ୍ଦର ମିଶ୍ରଣ। ତାଙ୍କ ହାତର ବାଦ୍ୟ ସହ ସମ୍ବଲପୁରୀ ବିଟ୍‌ରେ ମନ୍ତ୍ରମୁଗ୍ଧ ଅନେକ ଶ୍ରୋତା। ଏହି ଐଶ୍ୱର୍ଯ୍ୟ ପ୍ରତିଭା ଥିବା ବାଳିକା ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି ସତ କିନ୍ତୁ ତାଙ୍କର ଏହି ଇଶ୍ୱର ପ୍ରଦତ୍ତ ପ୍ରତିଭା ତାଙ୍କୁ ଆଜି ଭେଟି ଦେଇଛି ଢେର୍‌ ଲୋକପ୍ରିୟତା।

ନାଁ ତାଙ୍କର ରୋହିଣୀ ସୁନା। ବଲାଙ୍ଗିର ଟିଟିଲାଗଡର ଝିଅ ରୋହିଣୀ ସତରେ କୌଣସି ସୁନାଠୁ କମ୍‌ ନୁହନ୍ତି। ମୁରିବାହଲ କଲେଜରେ ସେ ଯୁକ୍ତ ଦୁଇ ପଢୁଛନ୍ତି। କଲେଜରେ ରୋହିଣୀ ସାଙ୍ଗ ମାନଙ୍କ ପାଖରେ ବସିଥିବା ସମୟରେ ଗୀତ ଗାଆନ୍ତି। ପିଲାଦିନୁ ସେ ଗୀତ ଗାଇ ଆସୁଛନ୍ତି। ହେଲ ତାଙ୍କ ଗୀତ ବଣରେ ଫୁଟୁଥିବା ମଲ୍ଲୀ ସଦୃଶ ଲୋକଲୋଚନକୁ ଆସିପାରିନଥିଲେ। ଶେଷରେ ରୋହିଣୀ ପଢୁଥିବା କଲେଜର ଜଣେ ଅଧ୍ୟାପକ ରୋହିଣୀ ଗୀତ ଗାଉଥିବା ସମୟର ଏକ ଭିଡିଓ ସୋଶାଲ୍‌ ମିଡିଆରେ ଶେଆର କରିବା ପରେ ଭିଡିଓଟି ଭାଇରାଲ୍‌ ହେବାରେ ଲାଗିଥିଲା।

ପିଲାର ଏମିତି କଳା ଦେଖି ରୋହିଣୀଙ୍କର ବାପା ତାଙ୍କ ପାଇଁ ଗୋଟେ ବାଜା ଏବଂ ହାରମୋନିୟମ କିଣି ଦେଇଥିଲେ। ଏହି ବାଦ୍ୟ ଉପକରଣକୁ ଗୁରୁ ଭାବି ରୋହିଣୀ ଆଜି ପର୍ଯ୍ୟନ୍ତ ସେମିତି ଗାଇଆସୁଛନ୍ତି।

ସେପଟେ ବିନା କୌଣସି ପ୍ରଶିକ୍ଷଣରେ ଏତେ ସୁନ୍ଦର ଭାବେ ସେ ଗାଇପାରୁଥିବାରୁ ସରକାର ରୋହିଣୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆର୍ଥିକ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି।



from Odisha Reporter https://ift.tt/2UXBRfM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages