ବାଘ ମଲା; ଚାକିରି ଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 19, 2019

ବାଘ ମଲା; ଚାକିରି ଗଲା

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ତିଗିରିଆର ନିଜିଗଡ଼ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ଘଟଣାରେ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ତିଗିରିଆର ଫରେଷ୍ଟର ସୁଚରିତା ସାମନ୍ତରାୟ ଏବଂ ଫରେଷ୍ଟ ଗାର୍ଡ ଚନ୍ଦନ ବେହେରା।

ଗତ ରବିବାର ଗୋଟିଏ କଲରାପତରିଆ ବାଘଟିର ମୃତଦେହ ନିଜିଗଡ଼ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ବାଘଟିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀ ଡିଏଫ୍ଓ ସସ୍ମିତା ଲେଙ୍କା, କନର୍ଜରଭେଟର ପି.କେ. ମହାପାତ୍ର ଓଏକଜିକ୍ୟୁଟିଭ୍‌ ଡିରେକ୍ଟର ପ୍ରସନ୍ନ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏହି ଘଟଣାରେ ଗତକାଲି ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟଗାର୍ଡଙ୍କୁ ଡିଏଫ୍‌ଓ ନିଲମ୍ବନ  କରିଛନ୍ତି। ମୃତ ମାଈ ବାଘଟିକୁ ୧୦ ବର୍ଷ  ହୋଇଥିବା  ଜଣାପଡ଼ିଛି।



from Odisha Reporter https://ift.tt/30cIlwf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages