ନନ୍ଦନକାନନରେ ‘ହରପିସ୍’ ଭୟ; ମଲେଣି ୩ ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 19, 2019

ନନ୍ଦନକାନନରେ ‘ହରପିସ୍’ ଭୟ; ମଲେଣି ୩ ହାତୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହରପିସ୍ ଭୂତାଣୁ ଭୟ। ଏଥିଯୋଗୁ  ଗତ ୨୫ ଦିନରେ ନନ୍ଦନକାନନରେ ୩ଟି ହାତୀ ଆଖି ବୁଜିଲେଣି । ଗତକାଲି ୭ ବର୍ଷର ମାଈ ହାତୀ କମଳା ଆଖି ବୁଜିଛି। ଘାତକ ‘ହରପିସ୍’ ଭୂତାଣୁ ସଂକ୍ରମଣରେ କମଳାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ପୂର୍ବରୁ ନନ୍ଦନକାନରେ ଥିବା ଏକ ଦନ୍ତା ଓ ଗୋଟିଏ ମାଈ ହାତୀର ବି ଏଥିଯୋଗୁ ମୃତ୍ୟୁ ହୋଇସାରିଛି । ଅଗଷ୍ଟ ୨୫ତାରିଖରେ ମାଈ ହାତୀ ‘ଜୁଲି’ ଓ ସେପ୍ଟେମ୍ବର ୧୫ରେ ଏକମାତ୍ର ଦନ୍ତା ‘ଚନ୍ଦନ’ର ମୃତ୍ୟୁ ହୋଇଥିଲା। ନନ୍ଦନକାନନରେ ବର୍ତ୍ତମାନ ୫ଟି ମାଈ ହାତୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ଟି ଛୋଟ ହାତୀ ଅଛନ୍ତି।
ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି,ହରପିସ୍ ଭୂତାଣୁ ଚିହ୍ନଟ ହୋଇଛି। ଏହାର ନିରାକରଣ ପାଇଁ ଉଦ୍ୟମ କରାଯିବ।



from Odisha Reporter https://ift.tt/30mhb6l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages