ସମ୍ବଲପୁରରେ ଟ୍ରକ୍‌ ଡ୍ରାଇଭରଙ୍କୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଫାଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 13, 2019

ସମ୍ବଲପୁରରେ ଟ୍ରକ୍‌ ଡ୍ରାଇଭରଙ୍କୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଫାଇନ୍‌

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ଏବେ ପର୍ଯ୍ୟନ୍ତ ସବୁଠୁ ଅଧିକ ଚାଲାଣ ସମ୍ବଲପୁରର ଜଣେ ଟ୍ରକ୍‌ ଡ୍ରାଇଭରଙ୍କର କଟାଯାଇଛି।  ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଡ୍ରାଇଭର ଦିଲ୍ଲୀପ କର୍ତ୍ତାଙ୍କଠାରୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଜୋରିମାନା କରିଛି ପରିବହନ ବିଭାଗ। ଏହା ଦେଶରେ ଏଯାଏ ହୋଇଥିବା ଜୋରିମାନା ତୁଳନାରେ ସର୍ବାଧିକ।

ଟ୍ରକ ଓଭର ଲୋଡିଂ ପାଇଁ ୬ ଲକ୍ଷ ୪୦ ହଜାର ୫୦୦ ଟଙ୍କା ଫାଇନ ହୋଇଛି। ଏହାସହ ମାଲବାହୀ ଟ୍ରକରେ ଯାତ୍ରୀ ଉଠାଇବା ଅଭିଯୋଗରେ ୫ ହଜାର ଟଙ୍କା, ପରମିଟ୍ ନଥିବାରୁ ୫ ହଜାର ଟଙ୍କା, ପଲ୍ୟୁସନ୍ ସାର୍ଟିଫିକେଟ ଲାଗି ୧ ହଜାର ଟଙ୍କା ଏବଂ ଟ୍ରାଫିକ ଆଇନ ଉଲ୍ଲଂଘନ ଅଭିଯୋଗରେ ୫ଶହ ଟଙ୍କା ଫାଇନ ହୋଇଛି।

ଗତ ଅଗଷ୍ଟ ୧୦ ତାରିଖରେ ଏହି ଚାଲାନ କଟାଯାଇଥିଲା। ତେବେ ନୂଆ ମୋଟର ଯାନ ଆଇନ ଆସିବା ପରେ ଘଟଣା ଚର୍ଚ୍ଚାକୁ ଆସିଛି। ଟ୍ରକ୍‌ଟି ନାଗାଲାଣ୍ଡର ବୋଲି ଜଣାପଡ଼ିଛି।



from Odisha Reporter https://ift.tt/30gOcfY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages