ସଂସଦ କମିଟିରେ ସାମିଲ ହେଲେ ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 13, 2019

ସଂସଦ କମିଟିରେ ସାମିଲ ହେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ମୋଦି ସରକାର ସଂସଦର କିଛି କମିଟି ସମ୍ପର୍କରେ ଗତକାଲି ଘୋଷଣା କରିଛନ୍ତି। ଏହି କମିଟିରେ ଶାସକ ଓ ବିରୋଧୀ ଉଭୟ ଦଳର ନେତାଙ୍କୁ ସାମିଲ କରାଯାଇଛି।  ସେଥିମଧ୍ୟରୁ କଂଗ୍ରେସ ପାର୍ଟି ନେତା ରାହୁଲ ଗାନ୍ଧିଙ୍କୁ  ମଧ୍ୟ ସଂସଦର ଏକ କମିଟିରେ ସାମିଲ କରିଛି।

ଗୃହ ମନ୍ତ୍ରଣାଳୟ ସହ ଜଡ଼ିତ ମାମଲା ସଂକ୍ରାନ୍ତୀୟ କମିଟିର ଅଧ୍ୟକ୍ଷ ହୋଇଛନ୍ତି କଂଗ୍ରେସ ସାଂସଦ ଆନନ୍ଦ ଶର୍ମା । ସେହିପରି ଜୟନ୍ତ ସିହ୍ନା ଅର୍ଥ କମିଟିର ଅଧ୍ୟକ୍ଷ ହୋଇଛନ୍ତି। ବୈଦେଶିକ ମାମଲାରେ ପିପି ଚୌଧୁରୀଙ୍କୁ କମିଟି ଅଧ୍ୟକ୍ଷ କରାଯାଇଛି।  ରକ୍ଷା ସଂକ୍ରାନ୍ତୀୟ  କମିଟିରେ ବିଜେପି ସାଂସଦ ଜୁଏଲ ଓରାମ ଅଧ୍ୟକ୍ଷ ହୋଇଛନ୍ତି।  ରାହୁଲ ଗାନ୍ଧିଙ୍କୁ ଏହି କମିଟର ସଦସ୍ୟ କରାଯାଇଛି।

ବିଜେପିର ରାଜ୍ୟସଭା ସାଂସଦ ଟିଜି ଭେଙ୍କଟେଶଙ୍କୁ  ପରିବହନ, ପର୍ଯ୍ୟଟନ ଓ ସଂସ୍କତି କମିଟିର ଅଧ୍ୟକ୍ଷ କରାଯାଇଛି । ସାମାଜିକ ନ୍ୟାୟ ଉପରେ ଗଠିତ ସଂସଦୀୟ କମିଟିର ଚେୟାରମ୍ୟାନ ହୋଇଛନ୍ତି ସାଂସଦ ରମା ଦେବୀ। କଂଗ୍ରେସର ରାଜ୍ୟସଭା ସାଂସଦ ଜୟରାମ ରମେଶଙ୍କୁ  ବିଜ୍ଞାନ, ଟେକ୍‌ନୋଲୋଜି , ପର୍ଯ୍ୟାବରଣ ଜଙ୍ଗଲ ମାମଲା କମିଟିର ଅଧ୍ୟକ୍ଷ କରାଯାଇଛି। ବାଣିଜ୍ୟ ମାମଲାରେ କମିଟିର ଅଧ୍ୟକ୍ଷ ହୋଇଛନ୍ତି ବି.ବିଜୟସାୟ ରେଡୀ। ଡ.ସତ୍ୟନାରାୟଣ ଜଟିଆଙ୍କୁ ମାନବ ସଂଶୋଧନ ବିକାଶ ମାମଲା କମିଟିର ଅଧ୍ୟକ୍ଷ କରାଯାଇଛି।  ଡ.କେଶବ ରାଓ ଉଦ୍ୟୋଗ ମାମଲା କମିଟିର ଅଧ୍ୟକ୍ଷ ହୋଇଛନ୍ତି।

ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ରାମ ଗୋପାଳ ଯାଦବଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କମିଟି ଅଧ୍ୟକ୍ଷ କରାଯାଇଛି। କୃଷି ମାମଲାରେ କମିଟି ଅଧ୍ୟକ୍ଷ ହୋଇଛନ୍ତି ବିଜେପି ସାଂସଦ ପି.ସି  ଗଦୀଗୋଦର। କଂଗ୍ରେସ ସାଂସଦ ଶଶି ଥରୁରୁଙ୍କୁ  ସୂଚନା ଓ ପ୍ରଯୁକ୍ତି କମିଟିର ଅଧ୍ୟକ୍ଷ କରାଯାଇଛି।  ଶକ୍ତି ମାମଲାରେ କମିଟି ଅଧ୍ୟକ୍ଷ ହୋଇଛନ୍ତି ରାଜୀବ ସିଂହ ।



from Odisha Reporter https://ift.tt/31gYpdD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages