‘କବୀର ସିଂହ’ ପାଇଁ ଶାହିଦ୍‌ ନଥିଲେ ପ୍ରଥମ ପସନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 30, 2019

‘କବୀର ସିଂହ’ ପାଇଁ ଶାହିଦ୍‌ ନଥିଲେ ପ୍ରଥମ ପସନ୍ଦ

ମୁମ୍ବାଇ: ଚଳିତ ବର୍ଷ ବକ୍ସ ଅଫିସ୍‌ରେ ସବୁଠୁ ବଡ଼ ବ୍ଲକ୍‌ବଷ୍ଟର ଫିଲ୍ମ ଭାବେ ଉଭା ହୋଇଛି ‘କବୀର ସିଂହ’। ଫିଲ୍ମଟି ବକ୍ସଫିସ୍‌ରେ ୩୫୦ କୋଟିରୁ ଅଧିକ ଟଙ୍କା ଆୟ କରି ଅଲ୍‌ ଟାଇମ୍‌ ବ୍ଲକବଷ୍ଟଟର ହୋଇଯାଇଛି।  ଏହି ଫିଲ୍ମକୁ ନେଇ ଏବେବି କ୍ରେଜ୍‌ ରହିଛି। ତେଲୁଗୁ ଫିଲ୍ମ ‘ଅର୍ଜୁନ୍‌ ରେଡ୍ଡୀ’ର ଏହି ରିମେକ୍‌ ଫିଲ୍ମରେ ଶାହିଦ୍‌ କପୁରଙ୍କ ଦମଦାର୍‌ ଅଭିନୟ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଛି। ଅନେକ ଏବେ କବୀର ସିଂହର ଷ୍ଟାଇଲ୍‌କୁ ଫଲୋ କରୁଛି। ସୋଶାଲ୍‌ ମିଡିଆରେ ବି କବୀର ସିଂହର ଷ୍ଟାଇଲ୍‌ ଓ ଅନ୍ଦାଜ୍‌କୁ ନେଇ ଅନେକ ପୋଷ୍ଟ ଭାଇରାଲ୍‌ ହେଉଛି। ହେଲେ ଆପଣମାନେ ଜାଣି ନଥିବେ ଯେ ଏହି ରୋଲ୍‌ ପାଇଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ଶାହିଦ୍‌ କପୁରର ନଥିଲେ।

ସୂଚନା ଅନୁଯାୟୀ, ଏହି ଫିଲ୍ମରେ ଲିଡ୍‌ ରୋଲ୍‌ ପାଇଁ ନିର୍ମାତା ଅର୍ଜୁନ୍ କପୁରକୁ ନେବାକୁ ଚହୁଁଥିଲେ। ପ୍ରଯୋଜକ ମୁରାଦ ଖେତାନୀ ଓ ଅଶ୍ୱିନ ବର୍ଦେ ‘ଅର୍ଜୁନ୍‌ ରେଡ୍ଡୀ’ର ହିନ୍ଦୀ ରାଇଟ୍ସ ନେବା ପରେ ଅର୍ଜୁନଙ୍କୁ ଫିଲ୍ମରେ କାଷ୍ଟ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। କାରଣ ସେମାନେ ପୂର୍ବରୁ ଫିଲ୍ମ ‘ମୁବାରକାଁ’ରେ ଏକାଠି କାମ କରିସାରିଥିଲେ। ହେଲେ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା ପୂର୍ବରୁ ହିଁ ଶାହିଦ୍‌ଙ୍କୁ ଏହି ରୋଲ୍‌ ପାଇଁ ନେ କଥା ଦେଇ ଦେଇଥିଲେ। ତେଣୁ ଅର୍ଜୁନ୍‌ ପଛକୁ ହଟି ଯାଇଥିଲେ। କାରଣ ସେ ଚାହୁଁ ନଥିଲେ ଯେ ତାଙ୍କ ପାଇଁ କେହି କୌଣସି ଜିନିଷକୁ ନେଇ ଦୁଃଖୀ ହେଉ।

ଫିଲ୍ମ ରିଲିଜ୍‌ ପରେ ଅର୍ଜୁନ କହିଥିଲେ ଯେ ଶାହିଦ୍‌ ବହୁତ ଭଲ ଅଭିନେତା। ତାଙ୍କୁ ନେଇ ଫିଲ୍ମ କରିବା ଏକ ଭଲ ନିଷ୍ପତ୍ତି ଥିଲା। ସେ ଭଲ କାମ କରିଥିବାରୁ ଫିଲ୍ମଟି ଆଜି ଏତେ ମାତ୍ରାରେ ସଫଳତା ପାଇପାରିଛି।

ଅର୍ଜୁନ୍‌ କପୁରଙ୍କୁ ମଧ୍ୟ ଖୁବ୍‌ ଶୀଘ୍ର ଐତିହାସିକ ଫିଲ୍ମ ‘ପାନିପଥ’ରେ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିବ। ଆଶୁତୋଷ ଗୋୱାରିକରଙ୍କ ଏହି ଫିଲ୍ମରେ ଅର୍ଜୁନଙ୍କ ସହ କୃତି ସେନନ୍‌, ସଞ୍ଜୟ ଦତ୍ତ, ପଦ୍ମନୀ କୋହ୍ଲାପୁରୀ ଓ ଜିନତ୍ ଅମନ ମଧ୍ୟ ଅଛନ୍ତି। ଫିଲ୍ମଟି ଚଳିତ ବର୍ଷ ଡିସେମ୍ବରରେ ରିଲିଜ୍‌ ହେବ। ଏହା ବ୍ୟତୀତ ତାଙ୍କୁ ଦିବାକର ବାନାର୍ଜୀଙ୍କ ଫିଲ୍ମ ‘ସନ୍ଦୀପ ଓ ପିଙ୍କି ଫରାର୍’ରେ ପରିଣୀତି ଚୋପ୍ରାଙ୍କ ସହ ଦେଖିବାକୁ ମିଳିବ।

 



from Odisha Reporter https://ift.tt/2mt2kVt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages