ଲସ୍ ଏଞ୍ଜେଲସ୍ : ଅକ୍ଟୋବର ୪ ତାରିଖରେ ସିନେମା ଘରେ ରିଲିଜ୍ ହେବାକୁ ଯାଉଛି ହଲିଉଡ୍ ଫିଲ୍ମ ‘ଜୋକର୍’। ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା, ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। କିନ୍ତୁ ଏହାର ରିଲିଜ୍ ହେବା ପୂର୍ବରୁ ଆମେରିକା ସେନା ଏକ ଗମ୍ଭୀର ନୋଟିସ୍ ଜାରି କରିଛି।
ସେନା ପକ୍ଷରୁ କୁହାଯାଇଛି ଯେ ‘ଜୋକର୍’ ଫିଲ୍ମ ରିଲିଜ୍ ଦିନ ଥିଏଟର୍ ସାମ୍ନାରେ ଆମେରିକାରେ ଥିବା ଇନ୍ସେଲ୍ ସମୁଦାୟ ଗୁଳି ବର୍ଷଣ କରିପାରନ୍ତି। ୧୮ ସେପ୍ଟେମ୍ୱରରେ ଆମେରିକା ସେନା ଫିଲ୍ମକୁ ନେଇ ସେଫ୍ଟି ନୋଟିସ ଜାରି କରିଥିଲା। କିନ୍ତୁ ସୋଶାଲ ମିଡିଆରେ କିଛି ପୋଷ୍ଟକୁ ବିଶ୍ଳେଷଣ କରିବା ପରେ ରିଲିଜ୍ ଦିନ ଗୁଳି ବର୍ଷଣ ହେବ ବୋଲି ଏଫ୍ବିଆଇ ସୂଚନା ଦେଇଛି।
ଗୁଳି ମାଡ଼ କରିବାକୁ କୌଣସି ବ୍ୟକ୍ତି ଉଦ୍ୟମ କଲେ ବା ଗୁଳି ମାଡ଼ କଲେ ସଙ୍ଗେ ସଙ୍ଗେ ଏହାର ମୁକାବିଲା କରିବା ପାଇଁ ଆମେରିକା ସେନା ତା’ର ସର୍ଭିସ ସଦସ୍ୟଙ୍କୁ ନୋଟିସ୍ ଜାରି କରି କହିଛି। ଏପରିକି ଲସ୍ ଏଞ୍ଜେଲସ୍ ପୁଲିସ ଡିପାର୍ଟମେଣ୍ଟ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି। କିନ୍ତୁ ସିନେପ୍ରେମୀ ‘ଜୋକର’ ଫିଲ୍ମ ଦେଖିବା ପାଇଁ ଯାଇପାରିବେ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
ଫିଲ୍ମ ରିଲିଜ୍ ହେବା ସମୟରେ ଗୁଳି ବର୍ଷଣ ହେବା ଆମେରିକାରେ କିଛି କଥା ନୂଆ ନୁହେଁ। ୨୦୧୨ ମସିହାରେ ‘ଦ ଡାର୍କ ନାଇଟ୍ ରାଇଜେସ୍’ ରିଲିଜ୍ ସମୟରେ ଥିଏଟର୍ରେ ଗୁଳିମାଡ଼ ହୋଇଥିଲା।
#JokerMovie – in theaters October 4. Watch the new trailer again: https://t.co/LCcbIyvIFn pic.twitter.com/h49jhCGAvQ
— Joker Movie (@jokermovie) August 30, 2019
ଗୁଳିମାଡ଼ ସମ୍ଭାବନାକୁ ନେଇ ‘ଜୋକର୍’ର ପ୍ରଯୋଜକ ୱାର୍ଣ୍ଣର୍ ବ୍ରଦର୍ସ କହିଛନ୍ତି, ‘ଆମେରିକାରେ ଗନ୍ କଲଚର୍ ଏକ ଚିନ୍ତାର ବିଷୟ। ଆମେ ଆପଣଙ୍କୁ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଯେ ଏହି ଫିଲ୍ମ କାହାର ରିୟଲ୍ ଲାଇଫ୍କୁ ନେଇ ହୋଇନାହିଁ। ଆମ କାହାଣୀର ଉଦ୍ଦେଶ୍ୟ ହେଉଛି ଆମେ ଲୋକଙ୍କ ମଧ୍ୟରେ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିବାର ସଂସ୍କୃତି ତିଆରି କରିବା”
ସୂଚନାଯୋଗ୍ୟ, ‘ଇନ୍ସେଲ୍’ ହେଉଛି ଏକ ମର୍ଡନ୍ ଟର୍ମ। ଏହା ସେହିମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଇଚ୍ଛା ସତ୍ତ୍ୱେ ନିଜ ପାଇଁ ରୋମାଣ୍ଟିକ ପାର୍ଟନର ବା ସେକ୍ସୁଆଲ୍ ପାର୍ଟନର ଖୋଜି ପାଆନ୍ତି ନାହିଁ। ଆଉ ସେଥିପାଇଁ ସେମାନେ ଅବସାଦ ମଧ୍ୟରେ ରହନ୍ତି। ଏହି ସମୁଦାୟର ଏକ ସୋଶାଲ୍ ମିଡିଆ ପୋଷ୍ଟ ପଢ଼ିବା ପରେ ଆମେରିକା ସେନା ‘ଜୋକର୍’ ରିଲିଜ୍ ଦିନ ଅଘଟଣ ଘଟିବା ନେଇ ଆଶଙ୍କା କରୁଛି।
from Odisha Reporter https://ift.tt/2myu1fM
No comments:
Post a Comment