ପୁଲିସ୍ ତଦନ୍ତ ବେଳେ ସମ୍ପତ୍ତି ଜବତ କରିପାରିବ ନାହିଁ: ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 23, 2019

ପୁଲିସ୍ ତଦନ୍ତ ବେଳେ ସମ୍ପତ୍ତି ଜବତ କରିପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୌଣସି ଘଟଣାର ତଦନ୍ତ ବେଳେ ପୁଲିସ୍ ସ୍ଥାବର ସମ୍ପତ୍ତି ଜବତ କରିପାରିବ ନାହିଁ। ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ସଞ୍ଜୀଭ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି।

ସମ୍ୱିଧାନର ଧାରା ୧୦୨ ଅନୁଯାୟୀ ପୁଲିସ ପାଖରେ ତଦନ୍ତ କରିବାର ଅଧିକାର ରହିଛି। ଯେଉଁ ଘଟଣାକୁ ନେଇ ତଦନ୍ତ ହେଉଛି ସେହି ସମ୍ପର୍କିତ କୌଣସି ଜିନିଷ ସନ୍ଦେହ ଘେରକୁ ଆସିଲେ ପୁଲିସ୍ ତାକୁ ଜବତ କରିପାରିବ। ହେଲେ ସ୍ଥାବର ସମ୍ପତ୍ତି ତଦନ୍ତ ବେଳେ ଜବତ କରିପାରିବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ମହାରାଷ୍ଟ୍ର ସରକାର ଆଇପିସିର ଧାରା ୧୦୨କୁ ନେଇ ବମ୍ୱେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ଶୁଣାଣି କରି କହିଥିଲେ ପୁଲିସ ତଦନ୍ତ ବେଳେ ସ୍ଥାବର ସମ୍ପତ୍ତି ଜବତ କରିପାରିବ ନାହିଁ। ଏହାପରେ ବମ୍ୱେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।



from Odisha Reporter https://ift.tt/2mmSGmP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages