ମୁମ୍ୱାଇ: ଭାରତୀୟ କ୍ରିକେଟ୍ ଟିମ୍ର ଅଲ୍ରାଉଣ୍ଡର ହାର୍ଦ୍ଦିକ୍ ପାଣ୍ଡ୍ୟା ଓ ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି କୁହାଯାଉଛି। କିନ୍ତୁ ଦୁହେଁ ସେମାନଙ୍କ ସମ୍ପର୍କକୁ କେବେ ସ୍ୱୀକାର କରିନାହାନ୍ତି। ଏପରିକି ମିଡିଆରେ ସମ୍ମୁଖରେ କୌଣସି ପ୍ରତିକ୍ରିୟା ମଧ୍ୟ ଦେଇ ନାହାନ୍ତି। କିନ୍ତୁ ସୋଶାଲ୍ ମିଡିଆରେ ଦୁହିଁଙ୍କୁ ପରସ୍ପରର ନିକଟତର ହେବା ଦେଖି ଏହି ଚର୍ଚ୍ଚା ବଢ଼ିବାରେ ଲାଗିଛି। ହାର୍ଦ୍ଦିକଙ୍କ ଗୋଟିଏ ଫଟୋରେ କମେଣ୍ଟ୍ ଦେଇ ଉର୍ବଶୀ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି।
ନିକଟରେ ହାର୍ଦ୍ଦିକ୍ ପାଣ୍ଡ୍ୟା ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ଶେଆର୍ କରିଥିଲେ। ଏହି ଫଟୋଟି ତାଙ୍କ ସଂଘର୍ଷ ବେଳର। ଏହି ଫଟୋରେ ସେ ଏକ ଟ୍ରକ୍ରେ ଛିଡ଼ା ହୋଇଛନ୍ତି। ଫଟୋଟିକୁ ଶେଆର୍ କରି ହାର୍ଦ୍ଦିକ ଲେଖିଥିଲେ,‘ପୁରୁଣା ସ୍ମୃତି, ଏହି ଫଟୋ ସେହି ଦିନର ଯେବେ ମୁଁ ଲୋକାଲ୍ ମ୍ୟାଚ୍ ଖେଳିବା ପାଇଁ ଟ୍ରକ୍ରେ ବସି ଯାଉଥିଲି। ଏଥିରୁ ମୁଁ ବହୁତ କିଛି ଶିଖିଛି। ଏହି ଯାତ୍ରା ମୋ ପାଇଁ ଭଲ ଥିଲା। ହଁ, ମୁଁ ଏହି ଖେଳକୁ ଭଲପାଏ।’
ଏହା ଉପରେ ପ୍ରତିକ୍ରିୟା ଦେଇ ଉର୍ବଶୀ ଲେଖିଛନ୍ତି, ‘ଆପଣଙ୍କୁ ସମ୍ମାନ ଜଣାଉଛି। ମୁଁ ବି ବାସ୍କେଟବଲ୍ ଖେଳିବା ପାଇଁ ଟ୍ରେନ୍ରେ ଯାତ୍ରା କରୁଥିଲି।’
ହାର୍ଦ୍ଦିକ୍ ଓ ଭର୍ବଶୀ ୨୦୧୮ରେ ଏକ ପାର୍ଟିରେ ପରସ୍ପରକୁ ଭେଟି ଥିଲେ। ଏହା ପରେ ହିଁ ଦୁହିଁଙ୍କ ମଧ୍ୟରେ ମିଳାମିଶା ଓ କଥାବର୍ତ୍ତା ଆରମ୍ଭ ହୋଇଥିଲା। ଫଳରେ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି ଖବର ମଧ୍ୟ ଜୋରସୋରରେ ପ୍ରସାରିତ ହୋଇଥିଲା। ଏହି ଖବରକୁ ଦେଖି ଉର୍ବଶୀ ଥରେ ସୋଶାଲ୍ ମିଡିଆରେ ପ୍ରତିକ୍ରିୟା ଦେଇ କହିଥିଲେ,“ଦୟାକରି ଏପରି ଫଟୋ ଓ ଭିଡିଓ ଅପ୍ଲୋଡ୍ କରିବା ବନ୍ଦ କରନ୍ତୁ। ଆପଣଙ୍କର ଏହି କାମ ପାଇଁ ଆମକୁ ପରିବାର ଲୋକଙ୍କୁ ଜବାବ ଦେବାକୁ ପଡୁଛି।”
from Odisha Reporter https://ift.tt/2kHXpz8
No comments:
Post a Comment