ଖୋର୍ଦ୍ଧା(ବଳରାମ ଲେଙ୍କା): ରାଜଧାନୀ ପାଲଟିଛି ନିଶା ମାଫିଆଙ୍କ ଆଡ୍ଡାସ୍ଥଳୀ। ପ୍ରତିଦିନ କେଉଁଠୁ ନା କେଉଁଠୁ ବ୍ରାଉନ୍ ସୁଗର୍ ଜବତ କରାଯାଉଛି। ଗତକାଲି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ପ୍ରାୟ ୧୬ ଗ୍ରାମ ବ୍ରାଉନ ସୁଗର ଜବତ କରିଛି ଖୋର୍ଦ୍ଧା ପୁଲିସ୍। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୧ଲକ୍ଷ ୬୦ ହଜାର ଟଙ୍କା ହେବ।
ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ମୁନା ଓରଫ ପ୍ରକାଶ ନାୟକ ।
ମୁନା ନିକଟରୁ ଗୋଟିଏ ମୋବାଇଲ ଫୋନ ଓ ୩୦ ହଜାର ଟଙ୍କା ଜବତ କରାଯାଇଛି। ତା’ ନାଁରେ ବାଲେଶ୍ୱର ଓ ଖୋର୍ଦ୍ଧାର ବିଭିନ୍ନ ଥାନାରେ ମାମଲା ରହିଛି। ଏହି ନିଶା ବେପାରରେ ସେ ଖୋର୍ଦ୍ଧା ଅଞ୍ଚଳର ଯୁବକଙ୍କୁ ନିୟୋଜିତ କରୁଥିବା ପୁଲିସ୍ କହିଛି।
ଗତକାଲି ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ୍ ଚଢ଼ଉ କରି ଏହି ବ୍ରାଉନ ସୁଗର ଜବତ କରିଥିଲା।
from Odisha Reporter https://ift.tt/34KFJ8p
No comments:
Post a Comment