ବାସି ରୁଟିରେ ସଫା କରନ୍ତୁ ଜୋତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 16, 2019

ବାସି ରୁଟିରେ ସଫା କରନ୍ତୁ ଜୋତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହଙ୍ଗା ଜୋତା କିଣିବା ପରେ ଅପରିଷ୍କାର ହେଲେ ଏହାକୁ ସଫା କରିବା ପାଇଁ ବଜାରରୁ ଆପଣ ଅନେକ ପ୍ରଡକ୍ଟ କିଣିଥା’ନ୍ତି। ତେବେ ଘରେ ଉପଲବ୍ଧ ହେଉଥିବା କିଛି ସାମଗ୍ରୀ ବ୍ୟବହାର କରି ମଧ୍ୟ ଆପଣ ଜୋତା ସଫା କରିପାରିବେ। ଏପରିକି ଜୋତାରୁ ବାହାରୁ ଥିବା ଦୁର୍ଗନ୍ଧ ଦୂର କରିବା ପାଇଁ ମଧ୍ୟ ଏହି ସାମଗ୍ରୀଗୁଡ଼ିକୁ ବ୍ୟବହାର କରିପାରିବେ। ଆଉ ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ବି ହେବାକୁ ପଡ଼ିବ ନାହିଁ। ତା’ହେଲେ ଆସନ୍ତୁ ଏ ସଂପର୍କରେ ଜାଣିବା।

୧. ବାସି ରୁଟି (ଯାହା ଆଉ ଖାଇବା ଉପଯୋଗୀ ହୋଇ ରହି ନଥିବ)ରେ ଆପଣ ଚମଡ଼ା ଜୋତାକୁ ସଫା କରିପାରିବେ। ଅଳ୍ପ ଖଣ୍ଡେ ବାସି ରୁଟିକୁ ଜୋତାରେ ଘସି ଆପଣ ଏହାକୁ ସଫା କରିପାରିବେ।

୨. ଧଳା ଜୋତାକୁ ସଫା କରିବା ପାଇଁ ନେଲ୍‌ ପଲିସ୍‌ ରିମୁଭର୍‌ ପ୍ରୟୋଗ କରନ୍ତୁ।

୩. ମହିଳାମାନେ ହାଇ ହିଲ୍‌ ସଫା କରିବା ପାଇଁ ବ୍ଲୋ ଡ୍ରାୟର୍‌ର ବ୍ୟବହାର କରିପାରିବେ।

୪. ଚମଡ଼ା ଜୋତାରେ କୌଣସି କଟା ଦାଗ ଥିଲେ, ଏହାକୁ ହଟାଇବା ପାଇଁ ନେଲ୍ ପଲିସ୍‌ ରିମୁଭର ଓ ପେଟ୍ରୋଲିୟମ୍‌ ଜେଲିର ବ୍ୟବହାର କରିପାରିବେ।

୫. ଚମଡ଼ା ଜୋତାରେ ପାଣି ପଡ଼ି ଦାଗ ହୋଇଯାଇଥିଲେ ଭିନେଗାର୍‌ ଓ ଟୁଥ୍‌ବ୍ରଶ୍‌ ବ୍ୟବହାର କରି ଏହାକୁ ସଫା କରିପାରିବେ।

୬. ଯଦି ଜୋତାରୁ ଦୁର୍ଗନ୍ଧ ବାହାରୁଛି, ତା’ହେଲେ ଏହା ଉପରେ ଶୁଖି ଯାଇଥିବା ଗ୍ରୀନ୍‌ ଟି ବ୍ୟାଗ୍‌ ରଖନ୍ତୁ। ଦେଖିବେ ଜୋତାରୁ ଦୁର୍ଗନ୍ଧ ଆସିବ ନାହିଁ।



from Odisha Reporter https://ift.tt/2LT9hb6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages