ଯୁବକଙ୍କୁ ନିସ୍ତୁକ ପିଟିଲା ପୁଲିସ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 12, 2019

ଯୁବକଙ୍କୁ ନିସ୍ତୁକ ପିଟିଲା ପୁଲିସ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପୁଲିସ୍‌ କେମିତି ଗୁଣ୍ଡାଗର୍ଦ୍ଦି କରେ, ତା’ର ଭିଡିଓ ସାମ୍ନାକୁ ଆସିଛି। ରାଜ୍ୟର ସିଦ୍ଧାର୍ଥ ନଗର ଜିଲ୍ଲାରେ ଦୁଇ ଜଣ ପୁଲିସ୍‌ କର୍ମଚାରୀ ଜଣେ ଯୁବକଙ୍କୁ ରାସ୍ତାରେ ପକାଇ ପ୍ରବଳ ମାଡ଼ ମାରିଛନ୍ତି। ଏହି ସମୟରେ ମାଡ଼ ଖାଉଥିବା ଯୁବକଙ୍କ ଛୋଟ ଭଣଜା ଜଣଙ୍କ କେବଳ ହତବାକ ହୋଇ ପୂରା ଘଟଣାକୁ ଦେଖୁଥିଲେ। କିଛି ଲୋକ ଘଟଣାର ଭିଡିଓ ଶୁଟିଂ କରୁଥିଲେ ହେଁ କେହି ବି ଏହାର ପ୍ରତିବାଦ କରି ନଥିଲେ।

ଏହି ଘଟଣାରେ ଦୁଇ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସୂତ୍ର ଅନୁସାରେ, ରିଙ୍କୁ ପାଣ୍ଡେ ନାମକ ଯୁବକ ଜଣଙ୍କ ବାଇକ ଯୋଗେ ନିଜ ଭଣଜାକୁ ବସାଇ ଯାଉଥିଲେ।

ପୁଲିସ୍‌ ତାଙ୍କୁ ଅଟକାଇ ଗାଡ଼ିର କାଗଜପତ୍ର ମାଗିଥିଲା। ଏହାକୁ ନେଇ ପୁଲିସ୍‌ କର୍ମଚାରୀ ଏବଂ ରିଙ୍କୁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଏହି ସମୟରେ ସବ୍‌ ଇନ୍‌ସପେକ୍ଟର ବୀରେନ୍ଦ୍ର ମିଶ୍ର ଓ କନଷ୍ଟେବଲ ମହେନ୍ଦ୍ର ପ୍ରସାଦ ମିଳିତ ଭାବେ ରିଙ୍କୁଙ୍କୁ ତଳ ପକାଇ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଏପରି କି ଜଣେ ପୁଲିସ୍‌ କର୍ମଚାରୀ ତଳେ ପଡ଼ିଥିବା ରିଙ୍କୁଙ୍କ ଉପରେ ବସିପଡ଼ି ତାଙ୍କୁ ମାଡ଼ ମାରିବାକୁ ପଛାଇ ନଥିଲେ।

ଯୁବକଙ୍କ ଜଣଙ୍କ ମୋ ଭୁଲ କ’ଣ ବୋଲି ବାରମ୍ବାର ପଚାରୁଥିଲେ ହେଁ ପୁଲିସ୍‌ ବାବୁମାନେ କେବଳ ତାଙ୍କୁ ମାଡ଼ ମାରି ଚାଲିଥିଲେ।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2UQt3bk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages