ଭାରତରେ ଲଞ୍ଚ୍‌ ହେଲା Vivo S1ର ନୂଆ ଭ୍ୟାରିୟାଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 12, 2019

ଭାରତରେ ଲଞ୍ଚ୍‌ ହେଲା Vivo S1ର ନୂଆ ଭ୍ୟାରିୟାଣ୍ଟ

ନୂଆଦିଲ୍ଲୀ: Vivo S1ର ୬ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ଭ୍ୟାରିୟାଣ୍ଟ ଭାରତରେ ଲଞ୍ଚ୍‌ ହୋଇଯାଇଛି। ଏହାର ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି। କମ୍ପାନୀ ଏହି ଭ୍ୟାରିୟାଣ୍ଟର ମୂଲ୍ୟ ୧୮ ହଜାର ୯୯୦ ଟଙ୍କା ରଖିଛି। କମ୍ପାନୀ ଗତ ମାସରେ ୬ ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିୟାଣ୍ଟର ଘୋଷଣା କରିଥିଲା। ଏହି ଭ୍ୟାରିୟାଣ୍ଟର ଏବେ ପର୍ଯ୍ୟନ୍ତ ବିକ୍ରି ଆରମ୍ଭ ହୋଇନାହିଁ। ବର୍ତ୍ତମାନ ପାଇଁ କେବଳ ୬ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ଭ୍ୟାରିୟାଣ୍ଟକୁ ଅଫଲାଇନ୍‌ ରିଟେଲର୍ସଙ୍କ ଜରିଆରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି।

Vivo S1କୁ ସମୁଦାୟ ୩ଟି ଭାରିୟାଣ୍ଟରେ ଲଞ୍ଚ୍‌ କରାଯାଇଛି। ସେଗୁଡ଼ି ହେଲା ୪ଜିବି ରାମ୍ ୧୨୮ ଜିବି ଷ୍ଟୋରେଜ, ୬ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ଓ ୬ ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିୟାଣ୍ଟ। ଯାହାର ମୂଲ୍ୟ ଯଥାକ୍ରମେ ୧୭ ହଜାର ୯୯୦ ଟଙ୍କା, ୧୮ ହଜାର ୯୯୦ ଟଙ୍କା ଓ ୧୯ ହଜାର ୯୯୦ ଟଙ୍କା ରଖାଯାଇଛି। ୪ଜିବି ରାମ୍ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିୟାଣ୍ଟର କମ୍ପାନୀ ଅନଲାଇନ୍‌ରେ ବିକ୍ରି ଆରମ୍ଭ କରିଛି। ଗ୍ରାହକ ଏହାକୁ ଆମାଜନ ଇଣ୍ଡିଆ, ଫ୍ଲିପକାର୍ଟ ଓ ଭିଭୋ ଇଣ୍ଡିଆ ଇ-ଷ୍ଟୋର୍‌ରୁ କିଣିପାରିବେ।

vivo s1ର ଫିଚର୍‌: ଏହି ଫୋନ୍ ଆଣ୍ଡ୍ରୋଏଡ୍‌ ପାଇ ବେସ୍‌ଡ Funtouch OS 9 ରେ ଚାଲେ। ଡୁଆଲ୍ ସିମ୍‌ ସପୋର୍ଟ କରୁଥିବା ଏହି ସ୍ମାର୍ଟଫୋନ୍‌ରେ ୬.୩୮ ଇଞ୍ଚର ଫୁଲ୍‌ ଏଚ୍‌ଡି ଗ୍ଲାସ୍‌ ଏବଂ AMOLEDର ମଲ୍‌ଟି-ଟଚ୍‌ ଡିସପ୍ଲେ ରହିଛି। ଏଥିସହ ଅକ୍ଟା କୋର୍‌ MediaTek Helio P65 MT6768 ପ୍ରୋସେସର୍‌ ରହିଛି। ଫଟୋ ଉଠାଇବା ପାଇଁ ଏହାର ପଛରେ ତିନୋଟି କ୍ୟାମେରା ସେଟ୍‌ଅପ୍ ଦିଆଯାଇଛି। ଏହି ସେଟ୍‌ ଅପ୍‌ରେ ୧୬, ୮ ଓ ୨ ମେଗା ପିକ୍ସେଲ୍‌ କ୍ୟାମେରା ଦିଆଯାଇଛି। ସେହିପରି ସେଲ୍‌ଫି ପାଇଁ ଫ୍ରଣ୍ଟରେ ୩୨ ମେଗା ପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା ରହିଛି। vivo s1ରେ ୪୫୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି।



from Odisha Reporter https://ift.tt/30fJD5s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages