ଭଦ୍ରକ(ପ୍ରାର୍ଥ ସାରଥୀ ନାୟକ): ପ୍ଲାଷ୍ଟିକ୍ ଅଣ୍ଡା, ଚାଉଳ ପରେ ଏବେ ବଜାରରେ ପ୍ଲାଷ୍ଟିକ୍ ମିଶ୍ରଣ ଅଟା ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସରସତିଆ ଗାଁରୁ।
ଗାଁ ଜଣେ ଅବସରପ୍ରାପ୍ତ ଶିକ୍ଷକ ଭାଗୀରଥି ନାୟକ ଗତ ଚାରି ଦିନ ତଳେ ବଜାରରୁ ଆଶୀର୍ବାଦ ଅଟା କିଣି ଘରକୁ ଆଣିଥିଲେ। ତେବେ ଅଟାରେ ପ୍ଲାଷ୍ଟିକ୍ ମିଶୁଥିବା ନେଇ ଖବର ଶୁଣିବା ପରେ ଗତକାଲି ରାତିରେ ଘରେ ଥିବା ଆଶୀର୍ବାଦ ଅଟାକୁ ଚକୁଟିଥିଲେ ହେଲେ ତାହା ପାଣିରେ ମିଳାଇ ନଥିଲା। ଏମିତିକି ଏହା ରବର ଭଳି ଟାଣି ହେବା ସହ ସେଥିରୁ ପ୍ଲାଷ୍ଟିକ୍ ଭଳି ଗନ୍ଧ ବାହାରିଥିଲା।
ଏନେଇ ଅଭିଯୋଗକାରୀ ଭାଗୀରଥି ନାୟକ କହିଛନ୍ତି,“ଅଟାରେ ପ୍ଲାଷ୍ଟିକ୍ ମିଶ୍ରିତ ହେଉଥିବା ନେଇ ସୋଶାଲ ମିଡିଆ ଓ ଟିଭିରେ ଖବର ଦେଖିଲା ପରେ ଆମେ ସନ୍ଦେହରେ ଘରେ ଥିବା ଆଶୀର୍ବାଦ ଅଟା ଆଣି ଚକୁଟିଥିଲୁ। ଚକଟିବା ପରେ ପ୍ରାୟ ୬୦ ଭାଗ ପାଣିରେ ମିଶିଗଲା ହେଲେ ଆଉ ଯେଉଁ ୪୦ ଭାଗ ରହିଲା ଏହା ପାଣିରେ ମିଶିଲା ନାହିଁ। ଏହାକୁ ଟାଣିଲେ ଟାଣି ହୋଇଯାଉଥିଲା। ପୋଡ଼ିଲେ ଏକ ପ୍ରକାର ଗନ୍ଧ ବାହାରୁଥିଲା।”
ସୂଚନାଯୋଗ୍ୟ, ଗତ ୧୪ ତାରିଖ ଦିନ ମାଲକାନଗିରି ସଦର ମହକୁମାର ବସ୍ଷ୍ଟାଣ୍ଡ ନିକଟରେ ଥିବା ଦୋକାନରୁ ଗଙ୍ଗାଧର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ୪ଟି ଅଣ୍ଡା କିଣିଥିଲେ। ହେଲେ ସେ ଘରେ ଆସି ଅଣ୍ଡା ଭାଙ୍ଗିବା ପରେ ସେଥିରୁ ପ୍ଲାଷ୍ଟିକ୍ ସଦୃଶ ଆବରଣ ଦେଖିଥିଲେ। ପରେ ସେ ସେ କେଶରକୁ ଧରିବାରୁ ତାହା ଭାଙ୍ଗି ନଥିଲା। ବଲ୍ ଭଳି ହାତରେ ଗଡ଼ିଥିଲା। ଏଥିସହ ଏହି ପ୍ଲାଷ୍ଟିକ୍ ଆବରଣକୁ ନିଆଁରେ ପୋଡ଼ିବାରୁ ପ୍ଲାଷ୍ଟିକ୍ ବାସ୍ନା ହୋଇଥିଲା।
from Odisha Reporter https://ift.tt/2n4GNm0
No comments:
Post a Comment