ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ନୂଆଦିଲ୍ଲୀରୁ ସେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରରେ ଆସି ଅପରାହ୍ଣ ୨ଟା ୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧାସଳଖ ଗୋପାଳପୁର ଯିବେ। ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏୟାର୍ ଡିଫେନ୍ସ କଲେଜରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ। ଶନିବାର ଗୋଳାବନ୍ଧ ଆର୍ମି ଏୟାର୍ ଡିଫେନ୍ସ କଲେଜ ଦୀକ୍ଷାନ୍ତ କାର୍ଯ୍ୟକ୍ରମରେ ଯୋଗଦେବେ।
ରାଷ୍ଟ୍ରପତିଙ୍କ ସହ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ ମଧ୍ୟ ଆସିବାର ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ଗୋଳାବନ୍ଧ ଆର୍ମି ଏଡି କଲେଜ ମୁଖ୍ୟ, ପୁଲିସ ଡିଜିଙ୍କ ସହ ଆଲୋଚନା କରିଛନ୍ତି।
ତେବେ ରାଷ୍ଟ୍ରସୂଚୀଙ୍କ ଗସ୍ତ ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଆଜି ସନ୍ଧ୍ୟା ୭ଟା ୩୦ରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ଏହାପରେ ସେ ରାଜଭବନରେ ରାତ୍ରୀ ଯାପନ କରିଥାନ୍ତେ। ତା’ପର ଦିନ ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧ ଆର୍ମି ଏଡି କଲେଜରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତେ।
from Odisha Reporter https://ift.tt/2nIc6Ud
No comments:
Post a Comment