ଲକ୍ଷ୍ନୌ: ବିଜେପି ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ପୀଡ଼ିତାଙ୍କୁ ଆଜି ପୁଲିସ୍ ଗରିଫ କରିଛି। ପାଞ୍ଚ କୋଟି ଟଙ୍କା ବଳପୂର୍ବକ ଆଦାୟ କରିବା ଅଭିଯୋଗରେ ପୀଡ଼ିତାଙ୍କୁ ପୁଲିସ୍ ଆଜି ଗିରଫ କରିଛି। ଏହି ମାମଲା ସହ ଜଡ଼ିତ ଥିବା ତିନି ଯୁବକଙ୍କୁ ଗତ ସପ୍ତାହରେ ପୁଲିସ୍ ଗିରଫ କରିଥିଲା। ଗତକାଲି କିନ୍ତୁ ପୀଡିତାଙ୍କ ଦୁଇ ସହଯୋଗୀ ବିକ୍ରମ ଏବଂ ସଚିନଙ୍କୁ ଏସଆଇଟି ୯୫ ଘଣ୍ଟା ପାଇଁ ଏସଆଇଟି ରିମାଣ୍ଡରେ ନେଇଛି। ଏହାପରେ ପୀଡ଼ିତାଙ୍କ ଗିରଫ ସମ୍ଭାବନା ଗତକାଲିଠୁ ବଢ଼ିଯାଇଥିଲା। ପୀଡ଼ିତା ଚିନ୍ମୟାନନ୍ଦଙ୍କୁ ଧମକ ଦେଉଥିବାର ଏକ ଭିଡିଓ ମଧ୍ୟ ଏସଆଇଟି ନିକଟରେ ଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ହାଇପ୍ରୋଫାଇଲ କେସର ତଦନ୍ତ ଏସ୍ଆଇଟି କରୁଛି। ଏହି ଘଟଣାରେ ଏସଆଇଟି ଏକ ନିଖୋଜ ମୋବାଇଲକୁ ପାଇଛି। ଯାହାକି ଆଗାମୀ ଦିନରେ ଅନେକ ଗୁମର ଖୋଲିବ ବୋଲି ଏସଆଇଟି ଆଶା ରଖିଛି।
ସୋମବାର ଆହ୍ଲାବାଦ ହାଇକୋର୍ଟରେ ପୁଲିସ ଗିରଫଦାରୀରୁ ବର୍ତ୍ତିବା ପାଇଁ ପୀଡ଼ିତା ଆବେଦନ କରିଥିଲେ। ହେଲେ କୋର୍ଟ ଆବେଦନକୁ ଖାରଜ କରିଥିଲେ। ଏହାପରେ ଗତକାଲି ଶାହାଜାହାନପୁର କୋର୍ଟରେ ଅଗ୍ରୀମ ଜାମିନ୍ ପାଇଁ ପୀଡ଼ିତା କୋର୍ଟରେ ଆବେଦନ କରିଥିଲେ। ଯାହାର ଶୁଣାଣି ୨୬ ପୂର୍ବରୁ ହୋଇପାରିବ ନାହିଁ ହେବ ବୋଲି କୋର୍ଟ କହିଥିଲେ। ଏହାପରେ ପୁଲିସ ପୀଡ଼ିତାଙ୍କୁ ଅଟକ ରଖି ପଚରାଉଚରା କରିବା ପାଇଁ ନେଇଯାଇଥିଲା।
ସୂଚନାଯୋଗ୍ୟ, ଚିନ୍ମୟାନନ୍ଦ ଲ’ କଲେଜରେ ଆଇନରେ ପିଜି କରୁଛନ୍ତି ପୀଡ଼ିତା। ପାଠ ପଢ଼ିବା ବେଳେ କଲେଜର ମାଲିକ ଚିନ୍ମୟାନନ୍ଦ ତାଙ୍କୁ ଯୌନ ନିର୍ଯାତନା ବର୍ଷେ ହେବ ଦେଉଥିଲେ ବୋଲି ଅଭିଯୋଗ କରିଥିଲେ। ଏହାପରେ ଚିନ୍ମୟାନନ୍ଦ ଜେଲ ଯାଇଛନ୍ତି।
from Odisha Reporter https://ift.tt/2lAcNOz
No comments:
Post a Comment