ଶୋ ରୁମରୁ ଲୁଟି ଥିଲେ, ଧରା ପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 15, 2019

ଶୋ ରୁମରୁ ଲୁଟି ଥିଲେ, ଧରା ପଡ଼ିଲେ

କଟକ(ଓଡ଼ିଶା ରିପୋର୍ଟର): କଟକ ମଙ୍ଗଳାବାଗରେ ଥିବା ଏକ ଗାର୍ମେଣ୍ଟ ଶୋ ରୁମ୍‌ ଲୁଟ୍‌ ଘଟଣାରେ ଗତକାଲି ୪ଜଣ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୁଲିସ୍‌। ସେମାନଙ୍କ ଘର କଟକରେ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ଟଙ୍କା ସହ ୨ଟି ବାଇକ୍, ଲୁଗାପଟା ଓ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପିଣ୍ଟୁ ଫେରାର ଅଛି। ତା’ ନାଁରେ ଏକାଧିକ ମାମଲା ରହିଛି। ତାକୁ ଧରିବାକୁ ପୁଲିସ୍‌ ଉଦ୍ୟମ ଚଳାଇଛି। 

ସୂଚନାଯୋଗ୍ୟ, ଗତ ମେ’ ମାସ ୮ ତାରିଖରେ ମଙ୍ଗଳବାଗସ୍ଥିତ ଏକ ଗାର୍ମେଣ୍ଟ ଶୋ ରୁମ୍‌ରେ ୫ ଜଣ ଦୁର୍ବୃତ୍ତ ପଶି ଲୁଟ୍‌ କରିଥିଲେ। କିଛି ଦିନ ପରେ ପୁଣି ମଙ୍ଗଳବାଗ ଅଞ୍ଚଳରେ ଥିବା ଏସ୍‌ବିଆଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ କରି ବିଫଳ ହୋଇଥିଲେ। ତେବେ ସେଠାରୁ ଫେରାର ହୋଇଯିବାରେ ସଫଳ ହୋଇଥିଲେ। ଗତକାଲି ପୁଲିସ୍‌ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ  ଗିରଫ କରିବାରେ ସଫଳ ହୋଇଛି।



from Odisha Reporter https://ift.tt/3015HFF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages