ଭୁଲ୍‌ରେ ବି ପିଅନ୍ତୁ ନାହିଁ କଞ୍ଚା କ୍ଷୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 15, 2019

ଭୁଲ୍‌ରେ ବି ପିଅନ୍ତୁ ନାହିଁ କଞ୍ଚା କ୍ଷୀର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିଦିନ ଗୋଟିଏ ଗ୍ଲାସ୍‌ କ୍ଷୀର ପିଇବା ପାଇଁ ଡାକ୍ତର ପରାମର୍ଶ ଦେଇଥା’ନ୍ତି। କ୍ଷୀରରେ ଭରପୂର ମାତ୍ରାରେ କ୍ୟାଲସିୟମ୍‌ ଓ ପ୍ରୋଟିନ୍‌ ରହିଛି, ଯାହା ହାଡ଼ର ବିକାଶ କରିବା ସହିତ ଶରୀର ପାଇଁ ବହୁ ଉପକାରୀ ହୋଇଥାଏ। କିନ୍ତୁ ଅନେକ ସମୟରେ ଦେଖା ଯାଇଥାଏ ଯେ କ୍ଷୀରକୁ ନ ସିଝାଇ କିଛି ଲୋକ କଞ୍ଚା ପିଇଥା’ନ୍ତି। ତେବେ କଞ୍ଚା କ୍ଷୀର ପିଇବା ଶରୀର ପାଇଁ କ୍ଷତିକାରକ ବୋଲି ଜଣାପଡ଼ିଛି।

କ୍ଷୀରକୁ ସିଝାଇବା ପରେ ଏଥିରୁ ଜରୁରୀ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ ବୋଲି ସାଧାରଣତଃ ବିଶ୍ୱାସ କରାଯାଇଥାଏ। କିନ୍ତୁ ଏହା ଠିକ୍‌ ନୁହେଁ। କ୍ଷୀର କଞ୍ଚା ହେଉ କିମ୍ୱା ସିଝା- ଏଥିରେ ନ୍ୟୁଟ୍ରିସନ୍‌ର ମାତ୍ରା ସମାନ ଥାଏ। କ୍ଷୀରରେ କ୍ୟାଲସିୟମ୍‌, ଫସଫରସ୍‌ ଓ ମିନେରାଲ୍ସ ପରି ପୋଷକ ତତ୍ତ୍ୱ ରହିଛି, ଯାହା ଉଚ୍ଚ ତାପମାତ୍ରାରେ ସିଝାଇବା ପରେ ମଧ୍ୟ ନଷ୍ଟ ହୋଇନଥାଏ।

କଞ୍ଚା କ୍ଷୀରକୁ ନେଇ ଥିବା ଭୁଲ୍‌ ଧାରଣା 

କିଛି ଲୋକ ବିଶ୍ୱାସ କରନ୍ତି ଯେ କଞ୍ଚା କ୍ଷୀର ପିଇଲେ ଶରୀରକୁ ଅଧିକ ଲାଭ ମିଳିଥାଏ। କିନ୍ତୁ ଏହି ମତ ସମସ୍ତଙ୍କ ପାଇଁ ସମାନ ନୁହେଁ। କଞ୍ଚା କ୍ଷୀର ଲାକ୍ଟୋସ୍‌ ଇନ୍‌ଟଲୋରାନ୍ସ ବା ମିଲ୍କ ଇନ୍‌ଟଲୋରାନ୍ସ ନାମକ ଏକ ପ୍ରକାର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଉପକାରୀ ବୋଲି କୁହାଯାଏ। ଏହାର କାରଣ କଞ୍ଚା କ୍ଷୀରରେ ‘ଲାକ୍ଟୋସ୍‌’ ନାମକ ଏକ ତତ୍ତ୍ୱ ରହିଛି, ଯାହା ପାଚନ କ୍ରିୟାରେ ସାହାଯ୍ୟ କରିଥାଏ। କିନ୍ତୁ କ୍ଷୀରକୁ ସିଝାଇବା ପରେ ସେଥିରେ ଥିବା ‘ଲାକ୍ଟୋସ୍‌’ ନଷ୍ଟ ହୋଇଯାଇଥାଏ।

କୌଣସି ବ୍ୟକ୍ତିଙ୍କୁ ଶ୍ୱାସ କିମ୍ୱା ଏକ୍‌ଜିମା ପରି ସ୍କିନ୍‌ ଆଲର୍ଜି ଥିଲେ, ଏମାନଙ୍କ ପାଇଁ କଞ୍ଚା କ୍ଷୀର ଉପକାରୀ ସାବ୍ୟସ୍ତ ହୋଇଥାଏ। କିନ୍ତୁ ସମସ୍ତଙ୍କ ପାଇଁ ନୁହେଁ।

କଞ୍ଚା କ୍ଷୀର କାହିଁକି ପିଇବା ଉଚିତ୍‌ ନୁହେଁ ?

କଞ୍ଚା କ୍ଷୀରରେ ସାଲ୍‌ମୋନେଲା(Salmonella), ଏଶ୍ଚେରେଚିଆ(Escherichia), କାମ୍ପିଲୋବ୍ୟାକ୍ଟର(Campylobacter), ଇ-କୋଲି(E. Coli) ଓ କ୍ରିପ୍ଟୋସ୍ପୋରିଡିୟମ(Cryptosporidium) ପରି କ୍ଷତିକାରକ ବ୍ୟାକ୍ଟେରିଆ ରହିଛନ୍ତି। ଏହି ବ୍ୟାକ୍ଟେରିଆ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହିଥା’ନ୍ତି। ଏଥିପାଇଁ କଞ୍ଚା କ୍ଷୀର ଶୀଘ୍ର ଖରାପ ହୋଇଯାଇଥାଏ। ତେଣୁ କଞ୍ଚା କ୍ଷୀର ପିଇଲେ ଏହିସବୁ ବ୍ୟାକ୍ଟେରିଆ ଆପଣଙ୍କ ଶରୀର ମଧ୍ୟକୁ ପ୍ରବେଶ କରିଥା’ନ୍ତି ଓ ଡାଇରିଆ, ଡିହାଇଡ୍ରେସନ୍, ରିଆକ୍ଟିଭ୍ ଆର୍ଥରାଇଟିସ୍, Gulian-Barre syndrome ଓ Hemolytic uremic syndrome ପରି କ୍ଷତିକାରକ ରୋଗ ହେବାର ଆଶଙ୍କା ରହିଥାଏ। ଏହା ବ୍ୟତୀତ ବାନ୍ତି ଓ ଜ୍ୱର ମଧ୍ୟ ହୋଇଥାଏ। ତେଣୁ କଞ୍ଚା କ୍ଷୀର ପିଇବା ପାଇଁ ବାରଣ କରାଯାଇଥାଏ।

ସୂଚନାଯୋଗ୍ୟ, ଅନେକ ଗବେଷଣାକୁ ଏହା ଜଣାପଡ଼ିଛି ଯେ କଞ୍ଚା ଓ ସିଝା କ୍ଷୀରରେ ସମାନ ମାତ୍ରାରେ ପୋଷକ ତତ୍ତ୍ୱ ରହିଛି।



from Odisha Reporter https://ift.tt/2UUYQba

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages