ମୋତିଆ ବିନ୍ଦୁ ଅଧିକ ଦିନ ରହିଲେ ଭାରି ବିପଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 16, 2019

ମୋତିଆ ବିନ୍ଦୁ ଅଧିକ ଦିନ ରହିଲେ ଭାରି ବିପଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋତିଆ ବିନ୍ଦୁ ଏକ ସାଧାରଣ ସମସ୍ୟା। ସାଧାରଣତଃ ୪୦ ବର୍ଷ ପରେ ମୋତିଆ ବିନ୍ଦୁ ଦେଖା ଦେଇଥାଏ। କିନ୍ତୁ କମ୍ ବୟସରେ ବି ଏହି ରୋଗ ହୋଇଥାଏ। ମୋତିଆ ବିନ୍ଦୁ ହେବାର ବିଭିନ୍ନ କାରଣ ବି ରହିଛି। ମୋତିଆ ବିନ୍ଦୁ କେଉଁମାନଙ୍କୁ ହୋଇଥାଏ, ଏହାର କାରଣ କ’ଣ ଓ ଏହା ହେଲେ କେଉଁ କେଉଁ ଲକ୍ଷଣ ଦେଖାଯାଏ- ଏ ସବୁ ବିଷୟରେ ଆମ ସହିତ ଆଲୋଚନା କରିଛନ୍ତି ଚକ୍ଷୁ ବିଶେଷଜ୍ଞ ଡାକ୍ତର ନବରତ୍ନ ଧନୁକା। ସେ କ’ଣ ସବୁ କହିଛନ୍ତି, ଆସନ୍ତୁ ଜାଣି ନେବା।

ମୋତିଆ ବିନ୍ଦୁ କାହିଁକି ହୋଇଥାଏ ?
ବୟସ ହେଲେ ମୋତିଆ ବିନ୍ଦୁ ହୋଇଥାଏ। ଏହା ଏକ ବୟସଗତ ରୋଗ। ଅନ୍ୟ କାରଣ ଦେଖିଲେ, ଆଖିରେ କିଛି ମାଡ଼ ହେଲେ, ଭୁଲ୍‌ ମେଡିସିନ୍ ଖାଇଲେ କିମ୍ୱା କୌଣସି ମେଡିସିନ୍‌କୁ ଅଧିକ ଦିନ ଧରି ଆଖିରେ ପକାଇଲେ ମଧ୍ୟ ମୋତିଆ ବିନ୍ଦୁ ହେବାର ଆଶଙ୍କା ରହିଥାଏ। ଅନେକ ସମୟରେ ଏହା ବଂଶଗତ କାରଣରୁ ମଧ୍ୟ ହୋଇଥାଏ।

ମୋତିଆ ବିନ୍ଦୁ ହେବାର କିଛି ବୟସ ସୀମା ଅଛି କି ?
ମୋତିଆ ବିନ୍ଦୁ ସବୁ ବୟସରେ ହୋଇପାରେ। ଛୋଟ ଶିଶୁଙ୍କୁ ମୋତିଆ ବିନ୍ଦୁ ହେଲେ, ଏହାକୁ ବଂଶଗତ କାରଣ ବୋଲି କୁହାଯାଏ। ସେହିପରି ଯୁବପିଢ଼ିଙ୍କୁ ମଧ୍ୟ ମୋତିଆ ବିନ୍ଦୁ ହୋଇପାରେ। ସାଧାରଣତଃ ଆଖିରେ କିଛି ମାଡ଼ ହେଲେ ଯୁବପିଢ଼ିଙ୍କୁ ମୋତଆ ବିନ୍ଦୁ ହେବାର ଆଶଙ୍କା ରହିଥାଏ। କିନ୍ତୁ ବୟସ୍କ ଲୋକଙ୍କୁ ମୋତିଆ ବିନ୍ଦୁ ହେବା ଏକ ସାଧାରଣ କଥା।

ମୋତିଆ ବିନ୍ଦୁ କେତେ ପ୍ରକାର ?
ମୋତିଆ ବିନ୍ଦୁ ଦୁଇ ପ୍ରକାରର। ଧଳା ଓ କଳା ମୋତିଆ ବିନ୍ଦୁ। ଧଳା ମୋତିଆ ବିନ୍ଦୁ ହେଉଛି କାଟ୍‌ରାଟ୍‌। ଏହି ସମସ୍ୟାରେ ପୀଡ଼ିତ ହେଲେ ଆଖି ଭିତରେ ଥିବା ଲେନ୍ସର ସ୍ୱଚ୍ଛତା କମିଯାଏ କିମ୍ୱା ଏଥିରେ ଏକ ଧଳା ପରଦା ସୃଷ୍ଟି ହୋଇଥାଏ। ସେହିପରି କଳା ମୋତିଆ ବିନ୍ଦୁରେ ଆଖିରେ ଚାପ ବଢ଼ିଥାଏ। କଳା ଓ ଧଳା ମୋତିଆ ବିନ୍ଦୁର ଚିକିତ୍ସା ପ୍ରଣାଳୀ ଅଲଗା।

ମୋତିଆ ବିନ୍ଦୁର ପ୍ରାଥମିକ ଲକ୍ଷଣ କ’ଣ ?
– ଜାଲ୍‌ଜାଲିଆ ବା କମ୍‌ ଦେଖାଯିବା
– ଆଖିର କଣ୍ଟ୍ରାଷ୍ଟ କମିଯିବା
– ରାତିରେ ଗାଡ଼ି ଚଲାଇ ନ ପାରିବା
– ସବୁ କିଛି ହଳଦିଆ ଦେଖାଯିବା
– ଆଖିରେ ଖରା ବାଜିଲେ ଅନ୍ଧାର ଦେଖାଯିବା

ଏହାର ଚିକିତ୍ସା ପଦ୍ଧତି କ’ଣ ?
ମୋତିଆ ବିନ୍ଦୁ ହେଲେ, ରୋଗୀକୁ କେଉଁ ଅସୁବିଧା ହେଉଛି, ଏହାକୁ ପ୍ରଥମେ ଜାଣନ୍ତୁ। ଏହାପରେ ସର୍ଜରୀ କରନ୍ତୁ। ଧଳା ମୋତିଆ ବିନ୍ଦୁ ଅଧିକ ଥିଲେ ସର୍ଜରୀ କରନ୍ତୁ। ଏଥିପାଇଁ ଡାକ୍ତରଙ୍କ ସହିତ ପ୍ରଥମେ ପରାମର୍ଶ କରନ୍ତୁ।

ଆଖି ସର୍ଜରୀ ପରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍‌ ?
– ସର୍ବଦା କଳା ଚଷମା ପିନ୍ଧନ୍ତୁ।

– ମୁଣ୍ଡ ଧୁଅନ୍ତୁ ନାହିଁ।

– ଆଖିରେ ହାତ ମାରନ୍ତୁ ନାହିଁ। ଏହାଦ୍ୱାରା ଇନଫେକସନ୍‌ ହେବାର ଆଶଙ୍କା ରହିଥାଏ।

ସର୍ଜରୀ ପରେ ପୁଣି ମୋତିଆ ବିନ୍ଦୁ ହେବାର ଆଶଙ୍କା ଅଛି କି ?
ସର୍ଜରୀ ସମୟରେ ଆଖି ଭିତରେ ଗୋଟିଏ ଲେନ୍ସ ଦିଆଯାଇଥାଏ। କିଛି ବର୍ଷ ପରେ ଏହି ଲେନ୍ସର ଟ୍ରାନ୍ସପରେନ୍ସି ବା ସ୍ୱଚ୍ଛତା କମିଯାଏ। ଏହାଦ୍ୱାରା ଆଖିକୁ ଠିକ୍‌ ଭାବରେ ଦେଖାଯାଇ ନଥାଏ। ଏଥିପାଇଁ ରୋଗୀକୁ ପୁଣି ଥରେ ଲେଜର୍‌ କଲେ ସେ ଠିକ୍‌ ଭାବରେ ଦେଖିପାରନ୍ତି। ମୋତିଆ ବିନ୍ଦୁର ବେଶି ଦିନ ଆଖିରେ ରହିଲେ, ଏହା ଫାଟି ଯିବାର ଆଶଙ୍କା ରହିଥାଏ। ଏପରିକି ଧଳା ମୋତିଆ ବିନ୍ଦୁ ସହିତ କଳା ମୋତିଆ ବିନ୍ଦୁ ମଧ୍ୟ ହୋଇଯାଇଥାଏ। ଏଥିପାଇଁ ଆପଣଙ୍କର ଦୃଷ୍ଟିଶକ୍ତି ଚାଲିଯିବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଆଖିରେ କୌଣସି ସମସ୍ୟା ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କର ପରାମର୍ଶ କରନ୍ତୁ।

 

ମୋତିଆ ବିନ୍ଦୁ କେତେ ପ୍ରକାର ଓ କ'ଣ କ'ଣ?

#ଆଖିରୋଗ: କାହିଁକି ମୋତିଆ ବିନ୍ଦୁ ହୋଇଥାଏ। ଏହାର ଲକ୍ଷଣ କଣ? #DoctorDoctor

OTV यांनी वर पोस्ट केले शनिवार, १४ सप्टेंबर, २०१९



from Odisha Reporter https://ift.tt/32G7A7E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages