ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗତକାଲିଠୁ ତୁହାକୁ ତୁହା ବର୍ଷା ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁ ଟ୍ୱିନ୍ ସିଟି ବେହାଲ ହୋଇପଡ଼ିଛି। ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଜନଜୀବନ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା କାରଣରୁ ବହୁ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ଫଳରେ ଲୋକେ ଘରୁ ବାହାରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଡ୍ରେନ୍ ସଫେଇ ଅଭାବ ଓ ଜାଇକା କାମ ଶେଷ ହୋଇ ନ ଥିବାରୁ ବର୍ଷା ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଫଳରେ ଅନେକ ଅଞ୍ଚଳରେ ରାସ୍ତା ଉପରେ ପାଣି ଜମି ରହିଥିବାରୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି।
from Odisha Reporter https://ift.tt/2kWX4IZ
No comments:
Post a Comment