ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଗ୍ଲୋବାଲ୍ ଗୋଲକିପର ଆଓ୍ୱାର୍ଡ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 24, 2019

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଗ୍ଲୋବାଲ୍ ଗୋଲକିପର ଆଓ୍ୱାର୍ଡ୍

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗ୍ଲୋବାଲ୍ ଗୋଲକିପର ଆଓ୍ୱାର୍ଡ୍ ମିଳିଛି। ନ୍ୟୁୟର୍କରେ ବିଲ୍ ଏବଂ ମେଲିଣ୍ଡା ଗେଟସ ଫାଉଣ୍ଡେସନ ପିଏମ୍ ମୋଦିଙ୍କୁ ଏହି ଆଓ୍ୱାର୍ଡ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଦେଇଛି। ପୁରସ୍କାର ମିଳିବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏହି ପୁରସ୍କାର ମୋର ନୁହେଁ ବରଂ ୧୩୦ କୋଟି ଭାରତୀୟଙ୍କର।

ଜାତିର ପିତା ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏହି ପୁରସ୍କାର ତାଙ୍କୁ ମିଳିଥିବାରୁ ସେ ବ୍ୟକ୍ତିଗତ ଭାବରେ ବହୁତ ଖୁସି ବୋଲି କହିଛନ୍ତି। ଯଦି କୌଣସି ସଂକଳ୍ପକୁ ପୂରଣ କରିବା ପାଇଁ ୧୩୦ କୋଟି ଲୋକ ଏକ ହୋଇଯିବେ ତାହାଲେ କୌଣସି ଚ୍ୟାଲେଞ୍ଜ ଅସମ୍ଭବ ନୁହେଁ। ଯେଉଁମାନେ ସ୍ୱଚ୍ଛ ଭାରତ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ଏବଂ ନିଜ ଜୀବନଶୈଳୀରେ ଏହାକୁ ପ୍ରାଥମିକତା ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ବିଲ୍ ଗେଟସ ଫାଉଣ୍ଡେସନ ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ମୁଖ୍ୟତଃ ରାଜନେତାଙ୍କୁ ଦିଆଯାଇଥାଏ। ମୁଖ୍ୟତଃ ଯେଉଁ ନେତାଙ୍କ କାମ ବିଶ୍ୱର କଲ୍ୟାଣ ଉଦ୍ଦେଶ୍ୟରେ ହୋଇଥାଏ, ସେହି ନେତାଙ୍କୁ ହିଁ ବିଲ୍ ଗେଟସ ଫାଉଣ୍ଡେସନ ଏହି ପୁରସ୍କାର ଦେଇଥାଏ।

୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦି କ୍ଷମତାକୁ ଆସିବା ପରେ ସେହି ବର୍ଷ ଅକ୍ଟୋବର ୨ରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନ ଜରିଆରେ ଦେଶରେ ୯ କୋଟି ଶୌଚାଳୟ ତିଆରି ହୋଇଛି। ଏବେ ଦେଶର ୯୮ ପ୍ରତିଶତ ଗାଁରେ ଶୌଚାଳୟ ରହିଛି। ପୂର୍ବରୁ ୩୮ ପ୍ରତିଶତ ଗାଁରେ ଶୌଚାଳୟ ଥିଲା।



from Odisha Reporter https://ift.tt/2mtqOhc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages