ଆତଙ୍କୀ ଓ ପାକିସ୍ତାନ ସମ୍ପର୍କକୁ ଇମ୍ରାନ୍‌ ଖାନ୍‌ ମାନିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 12, 2019

ଆତଙ୍କୀ ଓ ପାକିସ୍ତାନ ସମ୍ପର୍କକୁ ଇମ୍ରାନ୍‌ ଖାନ୍‌ ମାନିଲେ

ଇସ୍‌ଲାମାବାଦ: ଶେଷରେ ପାକିସ୍ତାନ ସହ ଆତଙ୍କବାଦୀଙ୍କ ସମ୍ପର୍କକୁ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସ୍ୱୀକାର କରିଛନ୍ତି। ଏଥିସହ ଆମେରିକା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା(ସିଆଇଏ) ହିଁ ପାକିସ୍ତାନକୁ ଜିହାଦୀ ପାଳନ କରିବାକୁ ସମସ୍ତ ପ୍ରକାରର ଆର୍ଥିକ ସହାୟତା ଯୋଗାଇ ଦିଏ ବୋଲି ଇମ୍ରାନ ଖାନ୍‌ କହିଛନ୍ତି। ଏହାବାଦ୍‌ ସେ ପାକିସ୍ତାନରେ ଆତଙ୍କବାଦ ବଢ଼ିବା ପଛରେ ଆମେରିକାକୁ ପରୋକ୍ଷରେ ଦାୟୀ ମଧ୍ୟ କରିଛନ୍ତି।

ରୁଷର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ଇମ୍ରାନ୍‌ ଖାନ୍‌ କହିଛନ୍ତି, “୮୦ ଦଶକରେ ଆଫଗାନିସ୍ତାନକୁ ରୁଷ କବଜା କରିଥିଲା। ଏହି ସମୟରେ ପାକିସ୍ତାନ ମୁଜାହିଦ୍ଦିନ ଲୋକଙ୍କୁ ରୁଷ ବିରୋଧରେ ଜିହାଦ କରିବାକୁ ଟ୍ରେନିଂ ଦେଉଥିଲା। ଅର୍ଥାତ ଏହି ଆତଙ୍କବାଦୀମାନେ ପାକିସ୍ତାନରୁ ହିଁ ତାଲିମ ପାଇଛନ୍ତି। ତେବେ ଏଥିପାଇଁ ସମସ୍ତ ଅର୍ଥ ସିଆଇଏ ହିଁ ପାକିସ୍ତାନକୁ ଦେଉଥିଲା।

ଏହି ଶୀତଳ ଯୁଦ୍ଧରେ ପାକିସ୍ତାନ ହିଁ ଆମେରିକାକୁ ସହଯୋଗ କରିଥିଲା। ହେଲେ ଏବେ ଆମେରିକା ସେହି ଜିହାଦୀମାନଙ୍କୁ ଆତଙ୍କବାଦୀ ଘୋଷଣା କରୁଛି। ଯେଉଁ ସଂଗଠନ ଗୁଡ଼ିକ ରୁଷ ବିପକ୍ଷ ଯୁଦ୍ଧରେ ଆମେରିକାକୁ ସହଯୋଗ କରିଥିଲେ, ଏବେ ସେମାନେ ଆଉ ଜିହାଦୀ ହୋଇ ନାହାନ୍ତି। ସେମାନଙ୍କୁ ଆମେରିକା ଆତଙ୍କୀ ଘୋଷଣା କରିସାରିଛି। ସେହି ଆତଙ୍କବାଦୀମାନେ ଏବେ ପାକିସ୍ତାନ ଉପରେ ଆକ୍ରମଣ କରୁଛନ୍ତି। ସେମାନଙ୍କ ପାଇଁ ପାକିସ୍ତାନ ଛବି ବିଶ୍ୱ ଦରବାରରେ ଖରାପ ହେଉଛି।

ମୁଁ ଏବେ ଭାବୁଛି, ସେତେବେଳେ ଆମେରିକାକୁ ସହଯୋଗ କରିବା ଠିକ୍‌ ନଥିଲା। ଯଦି ଆମେ ସେତେବେଳେ ଆମେରିକାକୁ ସହଯୋଗ କରି ନଥାଆନ୍ତୁ, ତା’ହେଲେ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇ ନଥାଆନ୍ତା।

ପାକିସ୍ତାନ ପଡ଼ୋଶୀ ଆଫଗାନିସ୍ତାନରେ ଚାଲିଥିବା ଯୁଦ୍ଧରେ ସାମିଲ ହେବାରୁ, ଇସଲାମାବାଦକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା। ଏହି ଯୁଦ୍ଧରେ ପାକିସ୍ତାନ ୭୦ ହଜାର ଲୋକ ଓ ୧୦୦ ବିଲିୟନ ଡଲାର ହରାଇଥିଲା। କିନ୍ତୁ ଶେଷରେ କ’ଣ ହେଲା, ଆମେରିକା ସବୁଥି ପାଇଁ ପାକିସ୍ତାନକୁ ଦାୟୀ କଲା। ମୁଁ ଭାବୁଛି, ପାକିସ୍ତାନ ସହ ଆମେରିକା ଯାହା ବି କଲା କିଛି ଠିକ୍‌ କଲାନାହିଁ।

ଆମେରିକା ଏପରି ଆଚରଣ ପଛରେ ମଧ୍ୟ କାରଣ ରହିଛି। କାରଣ ଆଫଗାନିସ୍ତାନରେ ଆମେରିକା ଯେଉଁ ଗୋଟି ଚାଳନା କରିଥିଲା, ତା’ହା ସଫଳ ହେଲାନାହିଁ। ୨୦୦୧ରୁ ଆଫଗାନିସ୍ତାନରେ ଆମେରିକା ତାଲିବାନ ବିରୋଧରେ ଲଢ଼େଇ କରୁଛି। ହେଲେ ଏଯାଏ ସଫଳତା ପାଇନାହିଁ। ଏଥିପାଇଁ ଆମେରିକା କେବଳ ପାକିସ୍ତାନକୁ ଦାୟୀ କରି ଚାଲିଛି।”

ପାକିସ୍ତାନ ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ଆମେରିକା ବାରମ୍ବାର କହି ଚାଲିଛି। ଏଥିସହ ଆତଙ୍କବାଦ ବିରୋଧରେ କାର୍ଯ୍ୟ କରିବାକୁ ମଧ୍ୟ ଆମେରିକା ପାକିସ୍ତାନକୁ କହୁଛି। ଏପରି ସ୍ଥିତିରେ ଇମ୍ରାନ୍‌ ଖାନ୍‌ଙ୍କ ଏହି ବୟାନ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆଣିଛି।



from Odisha Reporter https://ift.tt/2NbBNI9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages