ଟିକା ନେବା ଯୋଗୁ ଛାତ୍ର ମୃତ୍ୟୁ ଘଟଣା: ସ୍କୁଲ ଘେରିଲେ ଅଭିଭାବକ ଓ ସ୍ଥାନୀୟ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 12, 2019

ଟିକା ନେବା ଯୋଗୁ ଛାତ୍ର ମୃତ୍ୟୁ ଘଟଣା: ସ୍କୁଲ ଘେରିଲେ ଅଭିଭାବକ ଓ ସ୍ଥାନୀୟ ଲୋକେ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସ୍କୁଲରେ ରୋଗ ନିରାକରଣ ଟିକା ନେବା ଯୋଗୁ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ରାଉରକେଲା ସ୍ଥିତ ୬ ନମ୍ୱର ସେକ୍ଟରରେ ଥିବା ମହିମା ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ସୁମନଜିତ ପ୍ରଧାନ। ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଅଭିଭାବକଙ୍କ ସହ ସ୍ଥାନୀୟ ଲୋକେ ସ୍କୁଲକୁ ଘେରାଉ କରିଛନ୍ତି।  ଘଟଣାସ୍ଥଳରେ ଉତ୍ତେଜନା ଥିବାରୁ ୭ ନମ୍ବର ଥାନା ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଏହି ଘଟଣା ପରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ସବୁ ସ୍କୁଲରେ ଟିକାକରଣ ବନ୍ଦ ରଖିବାକୁ ସୁନ୍ଦରଗଡ଼ ସିଡିଏମ୍‌ଓ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଘଟଣାର ତଦନ୍ତ ପାଇଁ ୬ ଜଣିଆ ତଦନ୍ତକାରୀ ଟିମ୍‌ ଗଠନ କରାଯାଇଛି।  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଗୋଟିଏ ଟିମ୍‌ ତଦନ୍ତ କରିବ।

ସୂଚନାଯୋଗ୍ୟ, ଗତକାଲି ଅଙ୍ଗନବାଡ଼ି ପକ୍ଷରୁ ସ୍କୁଲରେ ରୋଗ ନିରାକରଣ ଟିକା ଦିଆଯାଇଥିଲା। ତେବେ ଟିକା ନେବା ପରେ ସୁମନଜିତ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଆଇଜିଏଚ୍‌ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ଇଂଜେକସନ ଯୋଗୁ ସୁମନଜିତର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

 



from Odisha Reporter https://ift.tt/2URqp57

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages