ବିଟ୍ କଏନ୍ ଠକେଇ ମାମଲା: ଅଭିଯୁକ୍ତ ଶଶିଭୂଷଣ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 30, 2019

ବିଟ୍ କଏନ୍ ଠକେଇ ମାମଲା: ଅଭିଯୁକ୍ତ ଶଶିଭୂଷଣ ଗିରଫ

ଖୋର୍ଦ୍ଧା (ବଳରାମ ଲେଙ୍କା):  ଶହେ କୋଟି ଟଙ୍କାର ବହୁଚର୍ଚ୍ଚିତ ବିଟ୍ କଏନ୍ ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ଶଶିଭୂଷଣ ମିଶ୍ରଙ୍କୁ ଗତକାଲି  ଖୋର୍ଦ୍ଧା ପୁଲିସ୍‌ ଗିରଫ କଲା । ଶଶିଭୂଷଣଙ୍କୁ କ୍ଷତିଗ୍ରସ୍ତ ଜମାକାରୀ କାବୁ କରି ପୁଲିସ୍‌ ଜିମା ଦେଇଥିଲେ ।

ଶଶିଭୂଷଣ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାଲେରିଆ ବିଭାଗର କର୍ମଚାରୀ । ଏଥିସହ ଖୋର୍ଦ୍ଧା ଗାନ୍ଧି ପଡ଼ିଆ ନିକଟରେ  ସେ ଏକ କମ୍ପ୍ୟୁଟର ସଂସ୍ଥା ଖୋଲି ଦୀର୍ଘ ଦିନ ହେଲା ବିଟ୍ କଏନ୍ ବ୍ୟବସାୟ ଚଳାଇ ଆସୁଥିଲେ । ସାଧାରଣ  ଲୋକଙ୍କଠାରୁ ସେ  କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ  ଅଭିଯୋଗ ହୋଇଥିଲା । ଗିରଫ ପରେ ଖୋର୍ଦ୍ଧା ପୁଲିସ୍‌ ଶଶିଭୂଷଣଙ୍କୁ ଜଟଣୀ କମିଶନରେଟ୍ ପୁଲିସ୍‌କୁ ହସ୍ତାନ୍ତର କରିଛି । ଏହି ବହୁ କୋଟି ଟଙ୍କା ଠକେଇ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ସାଇବର ସେଲ୍‌କୁ ଏ ସଂକ୍ରାନ୍ତରେ ପୁଲିସ୍‌ ସୂଚନା ଦେଇଛି ।



from Odisha Reporter https://ift.tt/2nYcePn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages