ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲାଞ୍ଚ ନେବା ହେଲା କାଳ। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଲିଅନ୍ତା ଥାନା ଅଧୀନ ବାଳକାଟି ଫାଣ୍ଡି ଏସ୍ଆଇ ଦେବେନ୍ଦ୍ର ସାହୁ। ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।
ଗତକାଲି ଦେବେନ୍ଦ୍ର ବାଣୀବିହାରସ୍ଥିତ ଏକ ମଲ୍ରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ ଟଙ୍କା ଲାଞ୍ଚ ନେଉଥିଲେ। ଏ ସମ୍ପର୍କରେ ଉକ୍ତ ବ୍ୟକ୍ତିଜଣକ ପୂର୍ବରୁ ଭିଜିଲାନ୍ସକୁ ଅବଗତ କରାଇଥିଲେ। ଫଳରେ ପୂର୍ବ ଯୋଜନା ମୁତାବକ ମଲ୍ ନିକଟରେ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ଦେବେନ୍ଦ୍ରଙ୍କୁ ଲାଞ୍ଚ ନେବା ବେଳେ କାବୁ କରିନେଇଥିଲା। ଏଥିସହ ଲାଞ୍ଚ ଟଙ୍କାକୁ ଜବତ କରାଯାଇଥିବା ଜଣାଯାଇଛି।
from Odisha Reporter https://ift.tt/2oO3ziX
No comments:
Post a Comment