ଜିମ୍ବାୱେ ପ୍ରତିଷ୍ଠାତାଙ୍କ ଦେହାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 5, 2019

ଜିମ୍ବାୱେ ପ୍ରତିଷ୍ଠାତାଙ୍କ ଦେହାନ୍ତ

ସିଙ୍ଗାପୁର: ଜିମ୍ୱାୱେର ଫାଉଣ୍ଡିଂ ଫାଦର ବା ପ୍ରତିଷ୍ଠାତା ରବର୍ଟ ମୁଗାବେ ଆଉ ନାହାନ୍ତି। ଦୀର୍ଘ ୩ ଦଶନ୍ଧି ଧରି ଜିମ୍ବାୱେକୁ ଶାସନ କରୁଥିବା ମୁଗାବେ ଆଜି ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦେଶର ପ୍ରଥମ ରାଷ୍ଟ୍ରପତି ମୁଗାବେଙ୍କ ଦେହାନ୍ତ ସମ୍ପର୍କରେ ଏବେ ଜିମ୍ବାୱେର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିବା ଇମେରସନ୍‌ ମାନାଙ୍ଗାୱାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଚଳିତ ବର୍ଷ ମୁଗାବେ ଗୁରୁତର ଅସୁସ୍ଥ ହୋଇଥିଲେ। ଏଥିପାଇଁ ତାଙ୍କୁ ସିଙ୍ଗାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଥିଲା। ହେଲେ ତାଙ୍କ ରୋଗ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିଲା।

ମୁଗାବେ ଜିମ୍ବାୱେକୁ ହ୍ୱାଇଟ୍‌ ସଂଖ୍ୟାଲଘୁ ଶାସନରୁ ମୁକ୍ତ କରିବା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ରୋହଡେସିଆକୁ ଜିମ୍ବାୱେରେ ପରିଣତ କରିବା ପାଇଁ ସେ ସଂଗ୍ରାମ କରିଥିଲେ।

ଏଥିପାଇଁ ଦୀର୍ଘ ୧୦ ବର୍ଷ କାଳ ତାଙ୍କୁ ଜେଲରେ ରହିବା ପଡ଼ିଥିଲା। ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତି ଓ ଆଇନ୍‌ରେ ଡିଗ୍ରୀ ହାସଲ କରିଥିବା ମୁଗାବେ ୭୦ ଦଶକରେ ଜିମ୍ବାୱେ ଆଫ୍ରିକାନ ନ୍ୟାଶନାଲ ୟୁନିଅନ(ଜେଡଏଏନ୍‌ୟୁ) ଗଠନ କରିଥିଲେ।

ଏହି ସଂଗଠନ ଦ୍ୱାରା ସେ ହ୍ୱାଇଟ୍‌ ସଂଖ୍ୟାଲଘୁ ଶାସକଙ୍କ ବିରୋଧରେ ଲଢ଼େଇ ଆରମ୍ଭ କରିଥିଲେ। ଶେଷରେ ଏହି ଲଢ଼େଇ ୧୯୭୯ରେ ଶେଷ ହୋଇଥିଲା। ୧୯୮୦ ମସିହା ଫେବୃଆରୀମାନେ ସ୍ୱାଧୀନ ଜିମ୍ବାୱେର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୁଗାବେ ନିର୍ବାଚିତ ହୋଇଥିଲେ।

ଦେଶର ପ୍ରଧାନମନ୍ତ୍ରୀ ଭାବେ ସେ ୧୯୮୭ ଯାଏ କାର୍ଯ୍ୟ କରିଥିଲେ। ଏହାପରେ ୧୯୮୭ରୁ ୨୦୧୭ ଯାଏ ସେ ଜିମ୍ବାୱେର ରାଷ୍ଟ୍ରପତି ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ। ୩୭ ବର୍ଷ ଧରି ଶାସନ କରିବା ପରେ ୨୦୧୭ରେ ନିଜ ପଦରୁ ଇସ୍ତଫା ଦେଇଥିଲେ।



from Odisha Reporter https://ift.tt/2ZON175

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages