ଘର ପାଇଁ କେଉଁ ରଙ୍ଗ ଭଲ ଓ କେଉଁ ରଙ୍ଗ ଖରାପ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 5, 2019

ଘର ପାଇଁ କେଉଁ ରଙ୍ଗ ଭଲ ଓ କେଉଁ ରଙ୍ଗ ଖରାପ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଙ୍ଗ ଆମ ଜୀବନରେ ବହୁ ଗୁରୁତ୍ୱ ବହନ କରିଥାଏ। ଫେଙ୍ଗ୍‌ସୁଇ ଅନୁସାରେ ମଣିଷ ଉପରେ ରଙ୍ଗର ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ରଙ୍ଗ ଲୋକଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଥାଏ, ଏହା ଭଲ ଅବା ଖରାପ ହୋଇପାରେ। ତେଣୁ ଘରେ ରଙ୍ଗ ଦେବା ବେଳେ ବୁଝି ବିଚାରି ଦିଅନ୍ତୁ, ଯେମିତି ଏହା ଖରାପ ପ୍ରଭାବ ନ ପକାଇବ। ତା’ହେଲେ ଆସନ୍ତୁ ଜାଣିବା ଫେଙ୍ଗ୍‌ସୁଇ ଅନୁସାରେ ଘରେ କେଉଁ ରଙ୍ଗ ଦେଲେ ଭଲ ଓ କେଉଁ ରଙ୍ଗ ଦେଲେ ଖରାପ।

୧. ଫେଙ୍ଗ୍‌ସୁଇରେ ସବୁଜ ରଙ୍ଗକୁ ଶାନ୍ତି ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। ଏହି ରଙ୍ଗକୁ ଆପଣ ବେଡ୍‌ରୁମ୍‌ କିମ୍ୱା ବାଥ୍‌ରୁମ୍‌ରେ ଦେଇ ପାରିବେ। କିନ୍ତୁ ଏହି ରଙ୍ଗକୁ ଡ୍ରଇଂ ରୁମ୍‌ରେ ବ୍ୟବହାର କରନ୍ତୁ ନାହିଁ।

୨. ନୀଳ ରଙ୍ଗର ସମ୍ୱନ୍ଧ ଜଳ ସହିତ ରହିଛି। ଫେଙ୍ଗ୍‌ସୁଇରେ ଏହାକୁ ସ୍ୱର୍ଗର ପ୍ରତୀକ ବୋଲି କୁହାଯାଏ। କୁହାଯାଏ ଏହା ଧୈର୍ଯ୍ୟ ବଢ଼ାଇଥାଏ। ଏହି ରଙ୍ଗକୁ ଆପଣ ବେଡ୍‌ରୁମ୍‌ରେ ଦେଇପାରିବେ। କିନ୍ତୁ ଡ୍ରଇଂ ରୁମ୍‌ ଓ ଡାଇନିଂ ହଲ୍‌ରେ ଏହି ରଙ୍ଗକୁ ବ୍ୟବହାର କରନ୍ତୁ ନାହିଁ।

୩. ଗୋଲାପୀ ରଙ୍ଗକୁ ପ୍ରେମ, ଆଦର୍ଶ ଓ ଦୟାର ପ୍ରତୀକ ବୋଲି କୁହାଯାଏ। ସମ୍ପର୍କ ଉପରେ ଏହି ରଙ୍ଗ ବିଶେଷ ପ୍ରଭାବ ପକାଇଥାଏ। ତେଣୁ ବେଡ୍‌ରୁମ୍‌ ଓ ପିଲାଙ୍କ ଶୋଇବା ଘରେ ଏହି ରଙ୍ଗକୁ ବ୍ୟବହାର କରନ୍ତୁ।

୪. ଧଳା ରଙ୍ଗ ମାନସିକ ଶାନ୍ତି ଦେଇଥାଏ। ଏହାକୁ ଆପଣ ବାଥରୁମ୍‌ କିମ୍ୱା କିଚେନ୍‌ରେ ବ୍ୟବହାର କରିପାରିବେ। କିନ୍ତୁ ଏହାକୁ ଡାଇନିଂ ହଲ୍‌ କିମ୍ୱା ପିଲାଙ୍କ ଶୋଇବା ଘରେ ବ୍ୟବହାର କରନ୍ତୁ ନାହିଁ।

୫. ଫେଙ୍ଗ୍‌ସୁଇ ଅନୁସାରେ କଳା ରଙ୍ଗ ଧନର ପ୍ରତୀକ ହୋଇଥାଏ। ତେବେ ଏହା ନକାରାତ୍ମକ ପ୍ରଭାବ ମଧ୍ୟ ପକାଇଥାଏ। ଏଥିପାଇଁ ଏହି ରଙ୍ଗକୁ ଡ୍ରଇଂ ରୁମ୍‌, ପିଲାଙ୍କ ଶୋଇବା ଘର, କିଚେନ୍‌ ଓ ବେଡ୍ ରୁମ୍‌ରେ ଦିଅନ୍ତୁ ନାହିଁ। ସାବଧାନ ପୂର୍ବକ ଏହି ରଙ୍ଗର ବ୍ୟବହାର କରନ୍ତୁ। ନଚେତ୍‌ ଏହି ରଙ୍ଗ ପାଇଁ ଆପଣ ସମସ୍ୟାରେ ପଡ଼ିପାରନ୍ତି।

୬. ଲାଲ୍‌ ରଙ୍ଗ ଅଗ୍ନି ତତ୍ତ୍ୱ ସହିତ ଜଡ଼ିତ। ତେଣୁ ଏହି ରଙ୍ଗ ଭାରି ପ୍ରଭାବୀ ଓ ବଳଶାଳୀ। ଫେଙ୍ଗ୍‌ସୁଇ ଅନୁସାରେ ଏହି ରଙ୍ଗକୁ ଡ୍ରଇଂ ରୁମ୍‌, କିଚେନ୍‌ ଓ ଛୁଆଙ୍କ ଶୋଇବା ଘରେ ଦିଅନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଘରେ ପାରିବାରିକ କଳହ ଲାଗି ରହିବ। ଏହା ସହିତ ପୂର୍ବ ଓ ପଶ୍ଚିମ ଦିଗରେ ଥିବା କବାଟରେ ଲାଲ୍‌ ରଙ୍ଗ୍ ଦିଅନ୍ତୁ ନାହିଁ।

୭. ଘରର କରିଡର୍‌, କିଚେନ୍‌, ବାଥ୍‌ରୁମ୍‌ କିମ୍ୱା ମିଟିଂ ରୁମ୍‌ରେ ହଳଦିଆ ରଙ୍ଗ ଦିଅନ୍ତୁ ନାହିଁ।

 



from Odisha Reporter https://ift.tt/2zTdENX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages