କଟକ(ଓଡ଼ିଆ ରିପୋର୍ଟର): କଟକର ସିଡିଏ ସେକ୍ଟର-୧୩ରେ ପୁଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଧିଆ ଦାସ ଆହତ ହୋଇଛି। ତାର ଡାହାଣ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ବୁଧିଆ ସେକ୍ଟର-୧୩ ଅଞ୍ଚଳରେ ଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ବିଳମ୍ବିତ ରାତିରେ ପୁଲିସ୍ ସେହି ଅଞ୍ଚଳରେ ଚଢ଼ଉ କରିଥିଲା। ବୁଧିଆକୁ ପୁଲିସ୍ ଧରିବାକୁ ଉଦ୍ୟମ କଲାବେଳେ ସେ ପୁଲିସ୍କୁ ଚକମା ଦେଇ ଖସି ଯିବାକୁ ଚେଷ୍ଟା କରିଥିଲା। ଏହାପରେ ସେ ପୁଲିସ୍ ଉପରକୁ ଗୁଳିଚାଳନା କରିବାରୁ ପୁଲିସ୍ ଏହାର ପାଲଟା ଜବାବ ଦେଇଥିଲା। ପୁଲିସ୍ ଗୁଳିରେ ବୁଧିଆ ଆହତ ହୋଇଥିଲା।
ବୁଧିଆ ଥାନାରେ ହତ୍ୟା ଉଦ୍ୟମ ଓ ଡକାୟତି ଭଳି ୩୦ରୁ ଅଧିକ ମାମଲା ରହିଛି। ପୁଲିସ ତାଠାରୁ ଗୋଟିଏ ବନ୍ଧୁକ ଓ ୨ଟି ଗୁଳି ଜବତ କରିଛି। ବୁଧିଆ ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ଥିଲା। ଏଥିରେ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି।
from Odisha Reporter https://ift.tt/2N7qeS8
No comments:
Post a Comment