୬ ମାସର ଛୁଆ ସହ ଦେବୀ ନଦୀକୁ ଡେଇଁଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 10, 2019

୬ ମାସର ଛୁଆ ସହ ଦେବୀ ନଦୀକୁ ଡେଇଁଲେ ମହିଳା

ଜଗତସିଂହପୁର (ଶଶାଙ୍କ ଶେଖର ଦାସ ): ଜଗତସିଂହପୁର ପୋକାମୂଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତକାଲି ରାତିରେ ଜଣେ ମହିଳା ନିଜ ୬ ମାସର ଛୁଆକୁ ଧରି ଉଛୁଳା ଦେବୀ ନଦୀକୁ ଡେଇଁ ପଡ଼ିଛନ୍ତି। ନାଉଗାଁ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜଖୋଜି ଜାରି ରଖିଥିଲେ ବି ଉଭୟଙ୍କ ପତ୍ତା ମିଳି ପାରିନାହାନ୍ତି । ନିଖୋଜ  ହେଉଛନ୍ତି ଅରକ୍ଷିତ ରାଉତଙ୍କ ପତ୍ନୀ ଲିପିନା ରାଉତ ଓ ତାଙ୍କ ୬ ମାସର ଛୁଆ।

ପୋକାମୂଳ ଗାଁ ବାସିନ୍ଦା ଅରକ୍ଷିତଙ୍କ ଘର  ଦେବୀ ନଦୀ ବନ୍ଧ ନିକଟରେ।  ଅରକ୍ଷିତ ବାହାରେ ଚାକିରି କରୁଥିବାରୁ ଲିପିନା ନିଜ ଶାଶୁ ଶ୍ୱଶୁରଙ୍କ ସହ ରୁହନ୍ତି।  ଗତ ରାତିରେ ଲିପିନା ନିଜ ଛୁଆକୁ ଧରି ଘର ବାହାରେ ବୁଲୁଥିବା ବେଳେ କେହି ସନ୍ଦେହ କରି ନ ଥିଲେ। ହେଲେ କିଛି ସମୟ ପରେ ସେ ପାଖରେ ଥିବା ନଦୀକୁ ଡେଇଁ ପଡ଼ିଥିବା ଗାଁ ଲୋକେ ତାଙ୍କ ପରିବାର ସଦସ୍ୟଙ୍କୁ ଖବର ଦେଇଥିଲେ।

ଗାଁ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ଧାର ଯୋଗୁଁ ମା’ ଛୁଆଙ୍କ କୌଣସି ସନ୍ଧାନ ପାଇପାରିନଥିଲେ। ଖବର ପାଇ  ପୁଲିସ୍‌,  ଅଗ୍ନିଶମ ବିଭାଗର କର୍ମଚାରୀ  ଓ ଓଡ୍ରାଫ୍‌ ଟିମ୍‌ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ଉଭୟ ମା’ପୁଅଙ୍କ ସନ୍ଧାନ ମିଳି ପାରି ନାହିଁ। ଲଗାଣ ବର୍ଷା ଜାରି ରହିଥିବା ବେଳେ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।

ସଂକ୍ରାନ୍ତରେ ଜଗତସିଂହପୁର ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲ୍‌ କହିଛନ୍ତି, ଘଟଣା ସମ୍ପର୍କରେ ଜଣାପଡ଼ିନି । ଖୋଜାଖୋଜି ଚାଲିଛି ।ମହିଳାଙ୍କ ବାପ ଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ସାରିଥିଲେ ବି ଏ ସମ୍ପର୍କରେ କେହି ଥାନାରେ ଅଭିଯୋଗ କରି ନ ଥିବା ଜଣାଯାଇଛି।



from Odisha Reporter https://ift.tt/2N7IlHL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages