ମନ୍ତ୍ରୀଙ୍କ ଅଚାନକ ପୌର କାର୍ଯ୍ୟାଳୟ ଗସ୍ତ; ଅଧିକାରୀ ନ ଥିଲେ ନିଜେ ଶୁଣିଲେ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 30, 2019

ମନ୍ତ୍ରୀଙ୍କ ଅଚାନକ ପୌର କାର୍ଯ୍ୟାଳୟ ଗସ୍ତ; ଅଧିକାରୀ ନ ଥିଲେ ନିଜେ ଶୁଣିଲେ ଅଭିଯୋଗ

ଖୋର୍ଦ୍ଧା (ବଳରାମ ଲେଙ୍କା ): ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟ ଏବଂ ପୌର କାର୍ଯ୍ୟାଳୟକୁ ଗତକାଲି ଅଚାନକ ଗସ୍ତ କରିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ସୋମବାର ଅଭିଯୋଗ ଶୁଣାଣି ଦିନରେ ଖୋର୍ଦ୍ଧା ବ୍ଲକ ଅଫିସରେ ବିଡିଓଙ୍କ ସହ ବିଭିନ୍ନ ଅଧିକାରୀ ଅନୁପସ୍ଥିତ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ମନ୍ତ୍ରୀ । ବାହାରେ ଅଭିଯୋଗ ଧରି ଲୋକେ ଅପେକ୍ଷା କରିଥିବାବେଳେ କୌଣସି ଅଧିକାରୀ ନଥିବାରୁ ମନ୍ତ୍ରୀ ନିଜେ ବସି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।

ତେବେ ପ୍ରାୟ ସାଢେ ୧୧ଟାବେଳେ ମନ୍ତ୍ରୀ ଆସିଥିବା ଶୁଣି ବିଡିଓ ପହଞ୍ଚିଥିଲେ ଏବଂ ଫିଲ୍ଡ ଭିଜିଟ୍ ଯାଇଥିବା ସଫେଇ ଦେଇଥିଲେ । ତେବେ ଅଭିଯୋଗ ଶୁଣାଣି ଦିନ ଫିଲଡ ଭିଜିଟ୍ ନିୟମ ନଥିବା ମନେପକେଇ ଦେଇଥିଲେ ମନ୍ତ୍ରୀ । ସେହିଭଳି ଖୋର୍ଦ୍ଧା ପୌରପରିଷଦ କାର୍ଯ୍ୟାଳୟରେ ବି ଅଧିକାରୀଙ୍କ ମରୁଡି ଦେଖିବାକୁ ପାଇଥିଲେ ମନ୍ତ୍ରୀ । ଏନେଇ ଅଧିକାରୀଙ୍କୁ ତାଗିଦ୍ କରିବା ସହ ଆଗକୁ ଏପରି ହେଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।



from Odisha Reporter https://ift.tt/2mr2dty

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages