ରୋଷେଇ କରୁଥିବା ବେଳେ ଫାଟିଗଲା ଷ୍ଟୋଭ୍‌, ୪ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 30, 2019

ରୋଷେଇ କରୁଥିବା ବେଳେ ଫାଟିଗଲା ଷ୍ଟୋଭ୍‌, ୪ ଗୁରୁତର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରୋଷେଇ ବେଳେ ଷ୍ଟୋଭ ଫାଟିଯିବାରୁ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି। ଏପରି ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଗତ ସନ୍ଧ୍ୟାରେ ଘଟିଛି।  ଗୁରୁତରମାନେ ହେଲେ ଭୈରବ ସାତକୁରିଆ, ପତ୍ନୀ ପଦ୍ମା ସାତକୁରିଆ, ଝିଅ ଦିବ୍ୟା ସାତକୁରିଆ(୩) ଓ ପୁଅ ଆୟୁସ ସାତକରିଆ (ଦେଢ଼ବର୍ଷ)।

ସୂଚନାଅନୁସାରେ, ପଦ୍ମା ରୋଷେଇ କରିବା ବେଳେ ଷ୍ଟୋଭ୍‌ଟି ହଠାତ୍ ଫାଟି ଯାଇଥିଲା। ଫଳରେ ନିକଟରେ ଥିବା ଭୈରବ ଓ ତାଙ୍କ ଦୁଇ ଛୁଆ ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ମେଡିକାଲ୍‌କୁ  ସ୍ଥାନାନ୍ତର କରାଯାଇଛି।  ତେବେ ପଦ୍ମା ଓ ତାଙ୍କ ପୁଅ ଆୟୁସର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଷ୍ଟୋଭ୍‌ଟି କେମିତି ଫାଟିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ।

 



from Odisha Reporter https://ift.tt/2o7WdpZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages