କେତେବେଳେ ଦରକାର ହୁଏ ଆଣ୍ଠୁ ପ୍ରତିରୋପଣ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 19, 2019

କେତେବେଳେ ଦରକାର ହୁଏ ଆଣ୍ଠୁ ପ୍ରତିରୋପଣ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖଞ୍ଜା ପ୍ରତିରୋପଣ ଅସ୍ତ୍ରୋପଚାର ହେଉଛି ଖରାପ ହୋଇଥିବା ଖଞ୍ଜା ସ୍ଥାନରେ ଏକ କୃତ୍ରିମ ଖଞ୍ଜା ଲଗାଇବା।  ଏହି ପ୍ରତିରୋପଣ ଆଣ୍ଠୁ, କାନ୍ଧ କିମ୍ୱା କଟିରେ ହୋଇଥାଏ। ତେବେ କେଉଁ ପରିସ୍ଥିତିରେ ଆଣ୍ଠୁ ପ୍ରତିରୋପଣ ଦରକାର ହୋଇଥାଏ, କଟି ପ୍ରତିରୋପଣ ପାଇଁ କିଛି ବୟସସୀମା ଅଛି ନା ନାହିଁ- ଏସବୁ ବିଷୟରେ ଅସ୍ତିଶଲ୍ୟ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ବେହେରା କ’ଣ କହିଛନ୍ତି, ଆସନ୍ତୁ ଜାଣିବା।

ଆଣ୍ଠୁ ପ୍ରତିରୋପଣ କେତେବେଳେ ଦରକାର ହୋଇଥାଏ ?
ଆଣ୍ଠୁଗଣ୍ଠି ସମସ୍ୟା ବା ଆର୍ଥରାଇଟିସ୍‌ ଥିଲେ ଆଣ୍ଠୁ ପ୍ରତିରୋପଣ କରିବାକୁ ପଡ଼ିଥାଏ। ଦୁଇ ପ୍ରକାର ଆଣ୍ଠଗଣ୍ଠି ପ୍ରତିରୋପଣ ରହିଛି। ଗୋଟିଏ ହେଉଛି ରିମାଟୋଏଡ୍‌ ଆର୍ଥରାଇଟିସ୍‌ ଓ ଅନ୍ୟଟି ଅଷ୍ଟିଓ ଆର୍ଥରାଇଟିସ୍‌। ଅଷ୍ଟିଓ ଆର୍ଥରାଇଟିସ୍‌ ୫୦ ବର୍ଷ ପରେ ଦେଖାଯାଇଥାଏ ଏବଂ ରିମାଟୋଏଡ୍‌ ଆର୍ଥରାଇଟିସ୍‌ ୨୦ରୁ ୨୫ ବର୍ଷ ମଧ୍ୟରେ ହୋଇଥାଏ। ଯେତେବେଳେ ଗଣ୍ଠି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ, ରୋଗୀ ଚାଲିପାରେ ନାହିଁ ଓ ବାଡ଼ିର ସାହାରା ନେବାକୁ ପଡ଼େ, ସେତେବେଳେ ଆଣ୍ଠୁ ପ୍ରତିରୋପଣ କରିବାକୁ ପଡ଼ିଥାଏ।

ଔଷଧ ଦ୍ୱାରା ଏହି ରୋଗ ଭଲ ହୋଇପାରିବ କି ?
ପ୍ରତିଦିନ ବ୍ୟାୟାମ, ଫିଜିଓଥେରାପି ଓ ଚାଲିଲେ ଆଣ୍ଠୁଗଣ୍ଠିର ସମସ୍ୟାକୁ କିଛି ମାତ୍ରାରେ କମ୍‌ କରାଯାଇପାରେ। କିନ୍ତୁ ଯନ୍ତ୍ରଣା ଅଧିକ ହେଲେ ଆଣ୍ଠୁ ପ୍ରତିରୋପଣ କରିବାକୁ ପଡ଼ିଥାଏ।

ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପ୍ରଚାର ପରେ ରୋଗୀ କ’ଣ ସବୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍‌ ?
– ତଳେ ବସିବେ ନାହିଁ
– ଚକା ପକାଇ ବସିବେ ନାହିଁ
– ଇଣ୍ଡିଆନ୍‌ ଟଏଲେଟ୍‌ ବ୍ୟବହାର ନ କରି କମୋଡ୍‌ ବ୍ୟବହାର କରିବେ
– ଦୌଡ଼ିବା, ଡେଇଁବା କିମ୍ୱା ଫୁଟବଲ୍‌ ଖେଳିବେ ନାହିଁ
– ଆଣ୍ଠୁକୁ ଅଧିକ ନୁଆଁଇବେ ନାହିଁ
– ଏକ୍ସସରସାଇଜ୍‌ଠାରୁ ଦୂରେଇ ରହିବେ
ଏହାଦ୍ୱାରା ଆଣ୍ଠୁର ଲାଇଫ୍‌ ସ୍ପାନ୍ ପାଖାପାଖି ୨୦ ବର୍ଷ ପର୍ଯ୍ୟନ୍ତ ବଢ଼ିଥାଏ।

ଏଠାରେ ଦିଆଯାଇଥିବା ଭିଡିଓଟିକୁ ଦେଖିଲେ, ଡାକ୍ତର ବେହେରା କହିଥିବା ଅନ୍ୟ କଥାଗୁଡ଼ିକ ସମ୍ପର୍କରେ ଜାଣନ୍ତୁ। ଏଥିରେ ଆପଣ କଟି ପ୍ରତିରୋପଣ ସଂପର୍କରେ ସବିଶେଷ ତଥ୍ୟ ପାଇପାରିବେ।

 



from Odisha Reporter https://ift.tt/30dQ2lK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages